ଓଡ଼ିଶାର ଇ-ଗେଜେଟ୍‌ ପୋର୍ଟାଲ୍‌ ଉଦ୍‌ଘାଟିତ – ଭୁବନେଶ୍ୱର

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା -୧.୧.୨୦୨୦ :- ୫ ‘ଟି’ ସୂତ୍ରର ରୂ ପାୟନ ଦିଗରେ ଅନ୍ୟ ଏକ ପଦକ୍ଷେ ପ ସ୍ୱରୂ ପ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍‌ ତି୍ର ପାଠୀ ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ଗେଜେଟ୍‌ ପୋର୍ଟାଲ୍‌ର ଶୁଭାରମ୍ଭ କରିଛନ୍ତି । ନୂଆବର୍ଷ ଅବସରରେ ରାଜ୍ୟ ଲୋକସେବା ଭବନଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି ପୋଟାଲ୍‌ ଉନେଉନ୍ମୋଚିତ ସଭାରେ ମୁଖ୍ୟ ଶାସନ ସଚିବ ଶ୍ରୀ ତି୍ର ପାଠୀ ଇ-ଗେଜେଟ୍‌ ବ୍ୟବସ୍ଥାର ପୂର୍ଣ୍ଣ ବିନିେଯୋଗ କରିବା ପାଇଁ ସମସ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ ଇ-ଗେଜେଟ୍‌ ଉତ୍ତମ ପ୍ରଶାସନ ପଥରେ ଏକ ମାଇଲ୍‌ଖୁଣ୍ଟ । ଏହା ଦ୍ୱାରା ଗେଜେଟ୍‌ ବିଜ୍ଞପ୍ତି ତ୍ୱରିତ ଓ ତ୍ରୁଟିମୁକ୍ତ ହେବ । ଏହା ଦ୍ୱାରା ଟ୍ରକ୍‌ ଟ୍ରକ୍‌ କାଗଜର ପରିବହନ ଆବଶ୍ୟକ ପଡ଼ିବ ନାହିଁ ଓ ମୁଦ୍ରଣ ଖର୍ଚ୍ଚ ମଧ୍ୟ କମ୍‌ ହେବ । ଇ-ଗେଜେଟ୍‌ ପୋର୍ଟାଲ୍‌ ବ୍ୟବସ୍ଥା ବିଷୟରେ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ଶ୍ରୀନିବାସ୍‌ କହିଥିଲେ ଏଥିରେ ବିଭାଗ ଓ ବିଷୟଓ୍ୱାରୀ ଗେଜେଟ୍‌ ଖୋଜିବାର ବ୍ୟବସ୍ଥା ରହିବ ।

ଗେଜେଟ୍‌ ପାଇଁ କୌଣସି ବ୍ୟକ୍ତିଙ୍କୁ ଆଉ ସରକାରୀ ମୁଦ୍ରଣାଳୟ, କାଯ୍ୟୟାଳୟ ବା ଲୋକସେବା ଭବନ ଆସିବାକୁ ପଡ଼ିବ ନାହିଁ । ଜେ କୌଣସି ବ୍ୟକ୍ତି http:// egazetteodisha.nic.in ରେ ଲଗ୍‌ଇନ୍‌ କରି ତାଙ୍କର ଆବଶ୍ୟକତା ଅନୁସାରେ ଗେଜେଟ୍‌ ପାଇ ପାରିବେ । ସୂଚନା ଓ ଯୁକ୍ତିବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ ମିଶ୍ର କହିଥିଲେ ଯେ ଇ-ଗେଜେଟ୍‌ ଏକ ସ୍ୱୀକୃତି ପ୍ରାପ୍ତ ସାର୍ବଜନୀନ ପତି୍ରକା । ଏହାକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ପ୍ରସ୍ତୁତ କରାଯାଇଛି । ଏ ପରି ମୁଦ୍ରଣ ଆଇ.ଟି ଆଇନ୍‌ର ଧାରା ୮ ଅନୁଯାୟୀ ଆଇନତ… ସିଦ୍ଧ ଅଟେ । ଉଦ୍‌ଘାଟନୀ ସଭାରେ ହୋଇଥିବା ଉପସ୍ଥା ପନାରୁ ଜଣା ପଡ଼ିଛି ଯେ ସରକାରଙ୍କ ବିଭିନ୍ନ ବିଭାଗମାନେ ଇ-ଗେଜେଟ୍‌ ପୋର୍ଟାଲ୍‌ରେ ନିଜକୁ ପଞ୍ଜୀକୃତ କଲା ପରେ ପ୍ରକାଶନ ପାଇଁ ନିର୍ଦ୍ଧାରିତ ବିଷୟବସ୍ତୁ ପୋର୍ଟାଲ୍‌ରେ ଅ ପ୍‌ଲୋଡ୍‌ କରିବେ । ଗେଜେଟ୍‌ର ନଞ୍ଚର ଏବଂ ତାରିଖ ପୋର୍ଟାଲ୍‌ରେ ପ୍ରଦର୍ଶିତ ହେବ । ବିଷୟବସ୍ତୁର ବୈଧକରଣ ପାଇଁ ଇ-ଦସ୍ତଖତ ବ୍ୟବସ୍ଥା କରାଯାଇଛି ଯେପରି କି କେହି କୌଣସି ବିଷୟବସ୍ତୁକୁ ପରିବର୍ତ୍ତନ ବା ବିକୃତ କରି ପାରିବେ ନାହିଁ । ଏହି ପୋର୍ଟାଲ୍‌ ଏନ୍‌ଆଇସି ଦ୍ୱାରା ଡିଜାଇନ୍‌ କରାଯାଇଛି ଯାହାକି ଭାରତରେ ପ୍ରଥମ । ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହା ପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ୍ତ କୁମାର ମହା ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ସରକାରୀ ମୁଦ୍ରଣାଳୟର ନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଉଦ୍‌ଘାଟନୀ ଉତ୍ସବରେ ଭାଗ ନେଇଥିଲେ

Exit mobile version