ବରିଷ୍ଠ ସାମ୍ବାଦିକ ହରପ୍ରସାଦ ଦାସଙ୍କ ପିତୃ ବିୟୋଗ

ଖୋର୍ଦ୍ଧା ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବରିଷ୍ଠ ସାମ୍ବାଦିକ ହରପ୍ରସାଦ ଦାସଙ୍କ ପିତା ଚକ୍ରଧର ଦାସଙ୍କ ଗତକାଲି (ସୋମବାର) ରାତି ୧୦ଟା ୩୩ ମିନିଟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି.ମୃତ୍ୟୁ ବେଳକୁ ତାଙ୍କର ବୟସ ୮୪ ବର୍ଷ ହୋଇଥିଲା. ସ୍ବର୍ଗତ ଦାସ ପୁର୍ବତଟ ରେଲୱେ ଜୋନ ଖୋର୍ଦ୍ଧାରୋଡ଼ ଡିଭିଜନ ଅନ୍ତର୍ଗତ ପୁରୀରେ ମେକାନିକାଲ ବିଭାଗରେ କାର୍ଯ୍ୟ କରି ଅବସର ନେଇଥିଲେ. ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରେଳ ବିଭାଗରୁ ବହୁ ପ୍ରଶଂସା ପାତ୍ର ପାଇଥିଲେ.

ତାଙ୍କ ମୃତ୍ୟୁ ବେଳେ ହସ୍ପିଟାଲରେ ମଝିଆ ପୁଅ ଓ ବୋହୁ ଉପସ୍ଥିତ ଥିଲେ.ସ୍ବର୍ଗତ ଦାସଙ୍କ ଧର୍ମପତ୍ନୀ ନିରୁପମା ଦାସ ଗତ ବର୍ଷକ ତଳେ ମୃତ୍ୟୁ ବରଣ କରିଥିଲେ. ସ୍ବର୍ଗତ ଦାସଙ୍କ ୪ ପୁଅ ହରପ୍ରସାଦ ଦାସ,ଶିବପ୍ରସାଦ ଦାସ, ଦେଵୀ ପ୍ରସାଦ ଦାସ ଓ ଶମ୍ଭୁ ପ୍ରସାଦ ଦାସ, ୪ ବୋହୁ,ଦୁଇ ଝିଅ ରଂଜିତା ଦାସ ଓ ଅନିତା ଦାସ,ନାତି ଓ ନାତୁଣୀ ଅଛନ୍ତି.ଆଜି ମଙ୍ଗଳବାର ସକାଳେ କୁଦିଆରୀ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା.

ବଡପୁଅ ବରିଷ୍ଠ ସାମ୍ବାଦିକ ହରପ୍ରସାଦ ଦାସ ମୁଖାଗ୍ନି ଦେଇଥିଲେ. ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ କୁଦିଆରୀ ଗ୍ରାମ ନୀଳମାଧଵ ସାହି ସହ କୁଦିଆରୀ ଗ୍ରାମ ତଥା ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା. ଜଟଣୀ ପୌରାଧ୍ୟକ୍ଷ ଅନନ୍ତ ବେହେରା, କାଉନସିଲ ଲୁସେନ ରାୟ,ପୂର୍ବତନ କାଉନସିଲ ନଣ୍ଡା ପ୍ରଧାନ,କୁଦିଆରୀ ବଜାର ବ୍ୟବସାୟୀ ସଙ୍ଘ ସମ୍ପାଦକ ପ୍ରଦୀପ୍ତ କୁମାର ବଳିୟାରସିଂ,ପ୍ରିୟ ଖବର ସମ୍ପାଦକ ରାଜକିଶୋର ଦାସଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗତ ଦାସଙ୍କ ବାସଭବନକୁ ଆସି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Exit mobile version