ରାଷ୍ଟ୍ରପତି ଙ୍କ ଗସ୍ତ ପାଇଁ ଆରଡିସି ଙ୍କ କ୍ଷେତ୍ର ପରିଦର୍ଶନ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ପୁନମ ଗୁହା ତାପସ କୁମାର ଆଜି ଅପରାହ୍ନ ରେ ପୁରୀ ଜିଲ୍ଲା ଗସ୍ତରେ ଆସି ଭାରତର ମହାମହୀମ ରାଷ୍ଟ୍ରପତି ଙ୍କ ପୁରୀ ଗସ୍ତର ସମୀକ୍ଷା କରିଛନ୍ତି।ଆରଡିସି ସର୍କିଟ ହାଉସ ରେ ପହଞ୍ଚିବା ପରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ତାଙ୍କୁ ସ୍ବାଗତ କରିବା ସହ ରାଷ୍ଟ୍ରପତି ଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଓ ପ୍ରଶାସନ ର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ।ପରେ ଆରଡିସି ଲୋକ ଭବନ କୁ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥା ର ସମୀକ୍ଷା କରିଥିଲେ।

ପରେ ଶ୍ରୀମନ୍ଦିର ଓ ଶ୍ବେତଗଙ୍ଗା ଅଞ୍ଚଳ କୁ ଆରଡିସି ପରିଦର୍ଶନ କରି ବିବିଧ ପରାମର୍ଶ ମାନ ଦେଇଥିଲେ।ପରେ ପରେ ହେଲିପ୍ୟାଡ ସ୍ଥାନ କୁ ପରିଦର୍ଶନ କରିଥିଲେ।ଜିଲ୍ଲା ପ୍ରଶାସନ ର ସମସ୍ତ ବିଭାଗ ସେମାନଙ୍କ କାର୍ଯ୍ୟ କୁ ସଠିକ ଭାବେ ପରିଚାଳନା କରିବା ସହ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ମହାମହୀମ ରାଷ୍ଟ୍ରପତି ଓ ଅନ୍ୟ ଅତିଥି, ଅଧିକାରୀ, କର୍ମଚାରୀ ମାନଙ୍କ ର ରହଣି ବ୍ୟବସ୍ଥା,

କାର୍ଯ୍ୟ ସୂଚୀ ଅନୁସାରେ ସମସ୍ତ କାର୍ଯ୍ୟ କୁ ଶୃଙ୍ଖଳିତ ଭାବେ ନିର୍ବାହ କରିବାକୁ ଆରଡିସି ପୁନମ ଗୁହା ତାପସ କୁମାର ପରାମର୍ଶ ଦେଇଥିଲେ।ଏହି ପରିଦର୍ଶନ ସମୟଜି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,

ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ବ୍ରହ୍ମଗିରି ବିଡ଼ିଓ ମନୀଷା ଷଡ଼ଙ୍ଗୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version