Home ଓଡ଼ିଶା ଶ୍ରୀଲକ୍ଷ୍ମୀ ନୃସିଂହ ନାମ ସଂକୀର୍ତ୍ତନ ମଣ୍ଡଳୀର ହରେ କୃଷ୍ଣ ହରେ ରାମ ଗାନରେ ଭାବବିହ୍ବଳ ଭକ୍ତ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ର । ଅଖିଳବ୍ରହ୍ମାଣ୍ଡନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଶ୍ରୀମନ୍ଦିର । ପତିତ ଜନକ ଉଦ୍ଧାର ପାଇଁ ଉଡୁଛି ପତିତପାବନ ବାନା । ଚକା ଆଖି ସହ ଆଖି ଲାଖିବା ପାଇଁ ଦୂର ଦୂରାନ୍ତରୁ ଆସୁଛନ୍ତି ଭକ୍ତ । ଭାବ ଭକ୍ତିରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରବିବାର ପବିତ୍ର ମାଘ ପୂର୍ଣ୍ଣିମା ଅଗ୍ନି ଉତ୍ସବ ଅବସରରେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ପଥରା ଗ୍ରାମର ଶ୍ରୀଲକ୍ଷ୍ମୀ ନୃସିଂହ ନାମ ସଂକୀର୍ତ୍ତନ ମଣ୍ଡଳୀ ଶ୍ରୀକ୍ଷେତ୍ରର ଦଇତାପଡା ସାହି ସ୍ଥିତ ଶ୍ରୀଚୈତନ୍ୟ ମଠ ଆଶ୍ରମ ଠାରୁ ବାହାରି ବଡଦାଣ୍ଡ ଦେଇ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ନାମ ସଂକୀର୍ତ୍ତନ କରି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ହରେ କୃଷ୍ଣ ହରେ କୃଷ୍ଣ ହରେ ରାମ ହରେ ରାମ ଗାନ କରି ଭାବ ଭକ୍ତିର ସହ ବାଦ୍ଯର ତାଳେ ତାଳେ ଯାଉଥିଲେ ସଂକୀର୍ତ୍ତନ ମଣ୍ଡଳୀ । ଭକ୍ତି ଭାବପୂର୍ଣ୍ଣରେ ସାଧାରଣ ଅଜ୍ଞାନ ମନୁଷ୍ଯକୁ ଗଭୀର ବିଶ୍ବାସ ସହିତ ଭଗବାନଙ୍କୁ ଯେ ସ୍ମରଣ ଭଜନ କୀର୍ତ୍ତନ ଦ୍ବାରା ପରମେଶ୍ବର କେବଳ ପ୍ରସନ୍ନ ହୁଅନ୍ତି ନାହିଁ ମାତ୍ର ଦୃଢ ନିଷ୍ଠା ସହିତ ଦୁର୍ଦ୍ଦମନୀୟ ଚଳଚଞ୍ଚଳ ମନ ସ୍ଥିର ହୋଇ ପାରିବା ସହ ଦିବ୍ୟଜ୍ଞାନ ପ୍ରାପ୍ତି ହୋଇଥାଏ । ଭାବବିହ୍ବଳରେ ସଂକୀର୍ତ୍ତନ ମଣ୍ଡଳିର ମହିଳା ଓ ପୁରୁଷ ମାନେ ବଡଦାଣ୍ଡରେ ଝୁଲି ଝୁଲି ହଲି ହଲି ନାମ ସଂକୀର୍ତ୍ତନ କରି ଯିବା ଦୃଶ୍ଯ ଦେଖି ବିମୋହିତ ହୋଇଥିଲେ ପଥଚାରୀ ଓ ଭକ୍ତ । ଏଥିରେ ମୁଖ୍ଯ ପରିଚାଳକ ସତୀଶ କୁମାର ପାତ୍ରଙ୍କ ନେତୃତ୍ବରେ ଶତାଧିକ ମହିଳା ପୁରୁଷ ବଡଦାଣ୍ଡରେ ସଂକୀର୍ତ୍ତନ କରି ଧାର୍ମିକ ଭାବନା ଜାଗରଣ କରିଥିଲେ । ସହଯୋଗୀ ବିମ୍ବାଧର ପାତ୍ର, ନାମ ଶିକ୍ଷକ ବିପ୍ରଚରଣ ବେହେରା ବାଦ୍ଯ ବନମାଳୀ ବେହେରା ଓ ସୂର୍ଯ୍ଯମଣି ଗୌଡଙ୍କ ମୃଦଙ୍ଗ ବାଦନରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ । ଗାୟିକା ସୁଦର୍ଷ୍ଣା ବେହେରା, ଉମାରାଣୀ ବେହେରା, ମଞ୍ଜୁଲତା ବେହେରା,ଛବି ଗୌଡ କୁମାରୀ ବେହେରା, ବିଷ୍ଣୁ ଗୌଡ ଓ ମମତା ବେହେରାଙ୍କ ସମେତ ସଂକୀର୍ତ୍ତନ ମଣ୍ଡଳୀର ଶତାଧିକ ମହିଳା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ନତମସ୍ତକ ହୋଇ ନାମ ସଂକୀର୍ତ୍ତନ କରି ଜଗତର ମଙ୍ଗଳକାମନା ସହ ଗ୍ରାମ ଓ ଜିଲ୍ଲାର ଶୁଭମନାସୀ ଜୟ ଜଗନ୍ନାଥ ଧ୍ବନିଦେଇ ହାତଟେକି ମହାପ୍ରଭୁଙ୍କ ପାଖରେ ସମର୍ପିତ ହୋଇ ସୁଖଦ ଅନୁଭତି ନେଇ ଫେରିଥିଲେ ଘରକୁ । Categories: ଓଡ଼ିଶା, ପୁରୀ, ହୋମ୍ Related Content Khurda Road Division Celebrates 80th Independence Day by Proprietor Abhimanyu Maharana August 16, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ବିରିଡି ବ୍ଲକ ରେ 80 ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି by Proprietor Abhimanyu Maharana August 16, 2026 ITC Aashirvaad Salt delivers Iodine nutrition to 6 Lac Children Meals by Proprietor Abhimanyu Maharana August 16, 2026 ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟ ରେ ୭ ମାସରେ ୧୦୩୩ ପଞ୍ଜିକୃତ ହେଲେ ୪ ସ୍ବାଭାବିକ ପ୍ରସବ,ଅନ୍ୟ ପ୍ରସୂତି ମହିଳାଙ୍କୁ ଘରୋଇ ଡାକ୍ତରଖାନା ନେବା ପଛରେ ହାତ କାହାର ??? by Proprietor Abhimanyu Maharana August 16, 2026