ବର୍ଷାରୁ ଶୀତ – ଏକ ନିଆରା ସାହିତ୍ୟ ସଙ୍ଗୀତ ଯୁଗଳବନ୍ଦୀ : ” ପୀଡ଼ା ” ଲୋକାର୍ପିତ

ବର୍ଷାରୁ ଶୀତ – ଏକ ନିଆରା ସାହିତ୍ୟ-ସଙ୍ଗୀତ ଯୁଗଳବନ୍ଦୀ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାହାରେ ଢୁ ଢୁ ବର୍ଷା । ସେହି ବର୍ଷାଭିଜା ସନ୍ଧ୍ୟାରେ ରାଜଧାନୀର ସାହିତ୍ୟ ଓ ସଙ୍ଗୀତ ପ୍ରେମୀଙ୍କ ପାଇଁ ଏକ ଅଭିନବ ଅନୁଭୂତି ନେଇ ଆସିଥିଲା ରାଜ୍ୟନେତା କବି ଓ ଲେଖକ ଡ. ଅରୁଣ କୁମାର ସାହୁଙ୍କ ସଙ୍ଗୀତ ସଂକଳନ “ବେହାଲ ବର୍ଷା”ର ଲୋକାର୍ପଣ । ସଙ୍ଗୀତର ସ୍ବରଲହରୀ ସହିତ ସେହି ସନ୍ଧ୍ୟାରେ ପ୍ରସ୍ଥଳଟିଏ “ସାଇତା ସତ” ମଧ୍ୟ ଉନ୍ମୋଚନ ହୋଇଥିଲା ।

ସମଗ୍ର କାର୍ଯ୍ୟକ୍ରମଟି ଏକ ଅନନ୍ୟ ସାହିତ୍ୟ–ସଙ୍ଗୀତ ଉତ୍ସବର ରୂପ ନେଇଥିଲା । ଏହା ପରେ ଆସିଲା ଶୀତର ସନ୍ଧ୍ୟା । ବାହାରେ କୋହଲା ପବନର ଥରଥରାହଟ, ମନକୁ ଶୀତଳ କରୁଥିବା ଆବହା । ସେହି ପରିବେଶରେ ଉତ୍କଳମଣ୍ଡପର ଖୋଲା ମଞ୍ଚରେ ଲୋକାର୍ପିତ ହେଲା ଡ. ଅରୁଣ କୁମାର ସାହୁଙ୍କ ସଙ୍ଗୀତ ସଂକଳନ ‘ଶୀତୁଆ ସନ୍ଧ୍ୟା’ ଓ ଉପନ୍ୟାସ  ‘ପୀଡ଼ା’ ।

ସୋମବାର ସନ୍ଧ୍ୟାରେ ଆୟୋଜିତ ଏହି ଯୁଗଳବନ୍ଦୀ ଉତ୍ସବରେ ସାହିତ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ବରଗଡ଼ର ବିଶିଷ୍ଟ ନାଟ୍ୟକାର ଓ ଶିକ୍ଷାବିତ ମନୋରଞ୍ଜନ ସାହୁ (ମନ ମାଷ୍ଟ୍ରେ) । ସଙ୍ଗୀତ ଅତିଥି ଭାବେ ଯୋଗ ଦେଇଥିଲେ ଚଉତି ନୃତ୍ୟ ଗୁରୁ, ପଦ୍ମଶ୍ରୀ ଡ. ରତ୍ନାକର ଚରଣ ଦାସ । ଠିକ ସନ୍ଧ୍ୟା ୬ଟା ୧୮ ମିନିଟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୭ଟା ୩୮ ମିନିଟରେ ସମାପ୍ତ ହୋଇଥିଲା ।

ସମୟାନୁଶାସନକୁ ଜୀବନର ସବୁଠାରୁ ମୂଲ୍ୟବାନ ଅଂଶ ବୋଲି ବାର୍ତ୍ତା ଦେବା ପାଇଁ ଲେଖକ ଡ. ସାହୁ ଏହି ସମୟସୀମାକୁ ନିଜେ ନିର୍ଦ୍ଧାରଣ କରିଥିବା କଥା କହିଥିଲେ । ତାଙ୍କ ଏହି ନିଆରା ପଦକ୍ଷେପକୁ ଦର୍ଶକମାନେ କରତାଳିରେ ସ୍ୱାଗତ କରିଥିଲେ, ପ୍ରଶାସନ ମଧ୍ୟ ପ୍ରଶଂସା କରିଥିଲା ।

ମନ ମାଷ୍ଟ୍ରେ ତାଙ୍କ ଉଦ୍ବୋଧନରେ ସମାଜର ଗଭୀର ବେଦନାକୁ ଉପସ୍ଥାପନ କରିଥିଲେ । ଅନ୍ନଦାତା ଭାଷାଙ୍କଠାରୁ ଆରମ୍ଭ କରି ଅଣବେତନଭୋଗୀ ଲୋକମାନେ କିପରି ଦରଦାମ ବୃଦ୍ଧିରେ ଅସ୍ତବ୍ୟସ୍ତ ହେଉଛନ୍ତି, ସେଥିପାଇଁ ସେ ନମ୍ରତାର ସହ ସମାଜର ସେହି ବଡ଼ ଶ୍ରେଣୀ ପାଖରେ ମଥାନତ କରିଥିଲେ ।

ପଦ୍ମଶ୍ରୀ ଡ. ରତ୍ନାକର ଚରଣ ଦାସ ଦୁବଘାସର ଉଦାହରଣ ଦେଇ ନମ୍ରତାର ମହତ୍ତ୍ୱ ବର୍ଣ୍ଣନା କରି କହିଥିଲେ-ଯେପରି ଦୁବଘାସ ନମ୍ର ହୋଇ ସମସ୍ତ ଦୁଃଖ ସହି ଶେଷରେ ମହାପ୍ରଭୁଙ୍କ ଟାହିଆରେ ଲାଗି ଜୀବନର ସାର୍ଥକତା ପାଏ, ସେହିପରି ନମ୍ର ମଣିଷ ସମାଜରେ ଶ୍ରେଷ୍ଠତା ଅର୍ଜନ କରେ ।

ନୂଆପଡ଼ା ଉପନିର୍ବାଚନ ସମୟରେ ଦେଖିଥିବା ସାମାଜିକ ପୀଡ଼ାକୁ ଶବ୍ଦରେ ରୂପାନ୍ତର କରି ଡ. ଅରୁଣ ସାହୁଙ୍କ ଉପନ୍ୟାସ ‘ପୀଡ଼ା’ ଜନ୍ମ ନେଇଥିବା ବେଳେ, ଶୀତୁଆ ସନ୍ଧ୍ୟାର ମନୋଭାବକୁ କବିତା ଓ ସଙ୍ଗୀତରେ ଗଢ଼ି ତୋଳିଛି ‘ଶୀତୁଆ ସନ୍ଧ୍ୟା’ ।

 

ଉତ୍ସବରେ ‘ପୀଡ଼ା’କୁ ଶଳରେ ସଜେଇଥିବା ଶରତ ଚନ୍ଦ୍ର ପଣ୍ଡା ଓ ‘ଶୀତୁଆ ସନ୍ଧ୍ୟା’କୁ ସଙ୍ଗୀତରେ ଉପସ୍ଥାପନ କରିଥିବା ସୁଦକ୍ଷ ସଙ୍ଗୀତଜ୍ଞ ଜାଯାନୀ ଓ ଚିରାଗଦାପଙ୍କୁ ସମ୍ମାନିତ କରାଯାଇଥିଲା । ମନକୁ ଛୁଇଁଥିବା ଶବ୍ଦ ଓ ସ୍ବରର ଅପୂର୍ବ ସଂଯୋଜନା ସହ ଅଂଶୁମାନ ଙ୍କ ସଞ୍ଚାଳନରେ ଉତ୍ସବଟି ସଫଳ ଭାବେ ସମ୍ପନ୍ନ ହୋଇଥିଲା ।

Exit mobile version