Home ଓଡ଼ିଶା ଟିପିସିଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡେରେସନ୍ର ବିକ୍ଷୋଭ by Proprietor Abhimanyu Maharana 7 months ago ???????????????????????????????????? Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡ଼ିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡେରେସନ୍ ପକ୍ଷରୁ ଞଚଉଙଊଖ (ଟାଟା ପାୱାର) ମୁଖ୍ୟ କାର୍ଯ୍ୟାଳୟ, ପାୱାର ହାଉସ୍ ଠାରେ ଶତାଧିକ ବିଦ୍ୟୁତ୍ କର୍ମଚାରୀଙ୍କ ସମାଗମରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଏକ ଦାବିପତ୍ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂହଙ୍କୁ ପ୍ରଦାନ କରାଯାଇଥିଲା । ପ୍ରମୁଖ ଦାବି ଯଥା:- ୩୩/୧୧ କେ.ଭି. ଷ୍ଟ୍ରକ୍ଚରରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ନିୟମିତ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାର ଯଥାଶୀଘ୍ର ଫଳ ପ୍ରକାଶନ, ଚୁକ୍ତି ଅନୁଯାୟୀ ୨୨୦ ପଦବୀ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ସହିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କର୍ମଚାରୀମାନଙ୍କର ପ୍ୟାନେଲ୍ ଲିଷ୍ଟ କରି ଫେଜ୍ଡ୍ ମ୍ୟାନରରେ ନିଯୁକ୍ତି, ସମାନ କାର୍ଯ୍ୟକୁ ସମାନ ଦରମା ନୀତିର ପ୍ରଚଳନ, ସମସ୍ତ ଠିକା କର୍ମଚାରୀମାନଙ୍କୁ ଅଭିଜ୍ଞତା ଭିତ୍ତିରେ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଉଚ୍ଚ କୁଶଳୀ ରୂପେ ଗ୍ରେଡେସନ୍ କରି ତଦନୁସାରେ ଦରମା ପ୍ରଦାନ, କର୍ମଚାରୀମାନଙ୍କର ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ପ୍ରଚଳିତ ବୀମା ବ୍ୟବସ୍ଥାର ସରଳୀକରଣ, ରେଗୁଲାର କର୍ମଚାରୀମାନଙ୍କର ସି.ପି.ଏଫ୍ ଓ ଇ.ପି.ଏଫ୍. ହିସାବ ଠିକ୍ ଭାବରେ ପ୍ରଦାନ ଓ ନ୍ୟାସନାଲ୍ ପେନ୍ସନ୍ ସ୍କିମ୍ର ପ୍ରବର୍ତ୍ତନ, ଚାକିରି ସର୍ତ୍ତାବଳୀର ଉଚିତ ପ୍ରୟୋଗ, ବଦଳି ନୀତି ପ୍ରଣୟନ, ଉପଭୋକ୍ତାଙ୍କ ସଂଖ୍ୟା ଭିତ୍ତିରେ ୟାର୍ଡଷ୍ଟିକ୍ ପ୍ରଚଳନ, ଆଠଘଌକ୍ଷଗ୍ଧ;ା କାର୍ଯ୍ୟ ସମୟ ନିର୍ଦ୍ଧାରଣ, ବିଭିନ୍ନ ପ୍ରକାର ମିଥ୍ୟା ଆଳରେ ଇଞ୍ଜିନିୟର ଓ କର୍ମଚାରୀମାନଙ୍କୁ ଦୁର୍ନୀତିଗ୍ରସ୍ତ ସାବ୍ୟସ୍ତ କରି ଚାକିରିରୁ ବହିଷ୍କାର ଓ ନିଲମ୍ବନ ପ୍ରକ୍ରିୟାର ପରିସମାପ୍ତି, ମନଇଚ୍ଛା ଅତିରିକ୍ତ ଅମାନତ ଜମା ଆଦାୟ ତଥା ସ୍ମାର୍ଟ ମିଟର ଆଳରେ ଉପଭୋକ୍ତା ଓ କର୍ମଚାରୀମାନଙ୍କୁ ଶୋଷଣର ବ୍ୟବସ୍ଥାର ଉଚ୍ଛେଦିକରଣ ଇତ୍ୟାଦି ଅନ୍ୟାନ୍ୟ ଦାବିକୁ ନେଇ ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡେରେସନ୍ ଅଧ୍ୟକ୍ଷ ତଥା ଏ.ଆଇ.ଟି.ୟୁ.ସି.ର ଜାତୀୟ ସମ୍ପାଦକ ସାଥୀ ରାମକୃଷ୍ଣ ପଣ୍ଡା, ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଏ.ଆଇ.ଟି.ୟୁ.ସି. ରାଜ୍ୟ ସମ୍ପାଦକ ସାଥୀ ବିଜୟ ଜେନା, ଏ.ଆଇ.ଟି.ୟୁ.ସି. ଖୋର୍ଦ୍ଧା ଜିଲ୍ଲା ସଭାପତି ସାଥୀ ସୁର ଜେନା, ବିଦ୍ୟୁତ୍ କର୍ମଚାରୀ ଫେଡେରେସନ୍ର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟବାଦୀ ବାଘ ଓ କର୍ମକର୍ତ୍ତା ଭ୍ରମରବର ରାଉତ, ଶମ୍ଭୁପ୍ରସାଦ ମହାପାତ୍ର, ଶ୍ରୀକୃଷ୍ଣ ପଟ୍ଟନାୟକ, ନୟାଗଡ଼ ଶାଖାର ସମ୍ପାଦକ କମଳେଶ ଦାସ, ପୁରୀ ବିଦ୍ୟୁତ୍ କର୍ମଚାରୀ ସଂଘର ସଭାପତି ରମେଶ ଚନ୍ଦ୍ର ମହାନ୍ତି, ସାଧାରଣ ସମ୍ପାଦକ ରାଜକିଶୋର ପଟ୍ଟନାୟକ, ମଜଦୂର ସଂଘର ସାଧାରଣ ସମ୍ପାଦକ ଶୁଭେନ୍ଦୁ ଛୋଟରାୟ, ଉପସାଧାରଣ ସମ୍ପାଦକ ହଟ୍ଟକିଶୋର ରାଉତ, ଚାଇଁପାଳ ବିଦ୍ୟୁତ୍ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ବୃନ୍ଦାବନ ବେହେରା, କଟକ ଶାଖାର ସମ୍ପାଦକ ବସନ୍ତ କୁମାର ପ୍ରତାପ, ଗୌତମ ଘୋଷ, ଜଗତସିଂହପୁର ଶାଖାର ସମ୍ପାଦକ ସଂଗ୍ରାମ କୁମାର ସ୍ୱାଇଁ, ଅରୁଣ କୁମାର ମଲ୍ଲିକ, ବ୍ରହ୍ମାନନ୍ଦ ପରିଜା, ସାଲେପୁର ଶାଖାର ଉପସଭାପତି ଅଚ୍ୟୁତାନନ୍ଦ ମହାପାତ୍ର, ପୃଥ୍ୱୀରାଜ ଦାସ, ଆରିଫ୍ ମହମ୍ମଦ, ତପନ କୁମାର ମଲ୍ଲିକ ଓ ଆଉଟସୋର୍ସ୍ଡ୍ କର୍ମଚାରୀ ନେତା ଶୁକଦେବ ସାମଲ, ଶ୍ରୀଧର ଖୁଌକ୍ଷଗ୍ଧ;ିଆ ଓ ଚିତ୍ତରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥାଇ ସମସ୍ତ ସହଯୋଗ କରିଥିଲେ । ଦାବିଗୁଡ଼ିକ ଯଥାଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ବାଘ ପ୍ରକାଶ କରିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବାଇକ୍-ସ୍କୁଟି ମୁହାଁମୁହିଁ ଧକ୍କାରେ ଯୁବକଙ୍କ ମୃତ୍ୟୁ by Proprietor Abhimanyu Maharana August 16, 2026 ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ by Proprietor Abhimanyu Maharana August 16, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ଉଦଯାପିତ : ଫାଇନାଲରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ by Proprietor Abhimanyu Maharana August 16, 2026 ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ୱର୍ଦ୍ଧନା by Proprietor Abhimanyu Maharana August 16, 2026 ସ୍ୱାଧୀନତା ଦିବସରେ ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ by Proprietor Abhimanyu Maharana August 16, 2026