Home ଓଡ଼ିଶା ଦିଲ୍ଲୀରେ ସ୍ବର୍ଗତଃ ଦୁର୍ଯ୍ଯୋଧନ ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଦିଲ୍ଲୀର ବିଖ୍ୟାତ ଉଦ୍ୟୋଗପତି ଓ ସ୍ୱନାମଧନ୍ୟ ସମାଜସେବୀ ଦୁର୍ଯ୍ଯୋଧନ ପ୍ରଧାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ବର୍ଗତଃ ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ହାଉଜଖାସ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ସ୍ମୃତି ସମାବେଶ ଓ ଭଜନ ସନ୍ଧ୍ୟାରେ ତାଙ୍କର ଶତାଧିକ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଏବଂ ପ୍ରଶଂସକ ଯୋଗ ଦେଇଥିବା ଦେଖାଯାଇଥିଲା । ଏହି ଅବସରରେ ଉପସ୍ଥିତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତଃ ପ୍ରଧାନଙ୍କର ଆଦର୍ଶ ଜୀବନ, ଉତ୍କର୍ଷ ଦର୍ଶନ ଏବଂ ଉତ୍ସର୍ଗୀକୃତ ସମାଜସେବାର ଅମ୍ଲାନ ସ୍ମୃତି ଚାରଣ କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍ଗତି ଓ ଚିରଶାନ୍ତି କାମନା କରିଥିଲେ। ସ୍ବର୍ଗତଃ ପ୍ରଧାନ ଏକାଧାରରେ ଜଣେ ଧର୍ମପରାୟଣ, କର୍ତ୍ତବ୍ୟନିଷ୍ଠ, ନିଷ୍ଠାପର, ମିଷ୍ଟଭାଷୀ, ଦରଦୀ, ପରୋପକାରୀ ତଥା ସର୍ବୋପରି ଜଣେ ସର୍ବଗୁଣ ସମ୍ପନ୍ନ ମଣିଷ ଥିଲେ। ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ସାମାଜିକ, ସାଂସ୍କୁତିକ, ଧାର୍ମିକ ଓ ଦାତବ୍ୟ ଅନୁଷ୍ଠାନ ସହିତ ସେ ଜୀବନର ଶେଷ ପର୍ଯ୍ୟନ୍ତ ସକ୍ରିୟ ଭାବେ ଜଡ଼ିତ ରହି ଆସିଥିଲେ । ହାଉଜଖାସ୍ ଜଗନ୍ନାଥ ମନ୍ଦିରକୁ ପରିଚାଳନା କରୁଥିବା ଶ୍ରୀ ନୀଳାଚଳ ସେବାସଙ୍ଘ ଏବଂ ଛତରପୁରଠାରେ ଠାକୁର ନିଗମାନନ୍ଦଙ୍କର ଆଶ୍ରମ ସ୍ଥାପନା କରିଥିବା ଦିଲ୍ଲୀ ସାରସ୍ବତ ସଙ୍ଘର ସ୍ବର୍ଗତଃ ପ୍ରଧାନ ଯଥା କ୍ରମେ ପ୍ରତିଷ୍ଠାତା ସମ୍ପାଦକ ଓ ସଭାପତି ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କର ଖୁବ ଅନ୍ତରଙ୍ଗ ଥିବା ସ୍ଵର୍ଗତଃ ପ୍ରଧାନ ଦୀର୍ଘ କାଳ ଧରି ଗାନ୍ଧୀ ପରିବାରର ବାସଗୃହ ଏବଂ ଫାର୍ମ ହାଉସର ରକ୍ଷଣାବେକ୍ଷଣ କାର୍ଯ୍ୟକୁ ତଦାରଖ କରୁଥିଲେ। ଶ୍ରୀ ପ୍ରଧାନଙ୍କର ନିମନ୍ତ୍ରଣ କ୍ରମେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ହାଉଜଖାସ୍ ମନ୍ଦିରର ରଥଯାତ୍ରାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସାଧାରଣରେ ଡିଡି ପ୍ରଧାନ ନାମରେ ବେଶ୍ ଲୋକପ୍ରିୟ, ସ୍ଵର୍ଗତଃ ପ୍ରଧାନଙ୍କର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନା, ସାହିବ ସିଂ ବର୍ମା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ସହିତ ଖୁବ ଘନିଷ୍ଠ ସମ୍ପର୍କ ରହିଥିଲା । ଏହି ଅବସରରେ ବିଶିଷ୍ଟ ଗାୟକ ସରୋଜ ମହାନ୍ତି ଓ ସାଥୀ ସୁମଧୁର ଭଜନ ପରିବେଷଣ କରିଥିଲେ। ସ୍ଵର୍ଗତଃ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡଃ. ମୃତ୍ୟୁଞ୍ଜୟ ମହାପାତ୍ର, ଡିଡିଏର ଉପାଧ୍ୟକ୍ଷ ଡଃ. ଶୁଭାଶିଷ ପଣ୍ଡା, ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ ସଚିବ ବିଜୟ କୁମାର ନାୟକ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ବରିଷ୍ଠ ପ୍ରଶାସକ ଶ୍ରୀଦେବ ନନ୍ଦ, ବରିଷ୍ଠ ଆଇନଜୀବୀ ଶରତ ନନ୍ଦ, ଓଡ଼ିଶୀ ନୃତ୍ୟଶିଳ୍ପୀ କବିତା ଦ୍ବିବେଦୀ, ସମାଜସେବୀ ଜୟରାମ ସାମଲ, ଉଦୟ ଇଣ୍ଡିଆ ଗ୍ରୁପର ସମ୍ପାଦକ ଦୀପକ କୁମାର ରଥ ଏବଂ ସିଲଭର ଗାନ୍ଧୀ ମୋହନ ମହାପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଶ୍ରଦ୍ଧାଞ୍ଜଳି ସଭାକୁ ସୂଚାରୁ ରୂପେ ଆୟୋଜନ ଓ ସଫଳତାର ସହିତ ସମାପନ କରିବାରେ ସ୍ବର୍ଗତଃ ପ୍ରଧାନଙ୍କର ତିନି ସୁପୁତ୍ର ରବୀନ୍ଦ୍ରନାଥ, ରମାକାନ୍ତ ଓ ହେମାକାନ୍ତ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ସେମାନଙ୍କୁ ସହଯୋଗ କରିଥିବା ପରିବାରର ଅନ୍ୟାନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଦୁଇ ଝିଅ କନକଲତା ପାତ୍ର ଓ ବିଦୁଲତା ଜେନା, ତିନି ବୋହୂ ସବିତା ପ୍ରଧାନ, ରୁନୁ ପ୍ରଧାନ ଏବଂ ଶାଳିନୀ ପ୍ରଧାନ, ଜ୍ୱାଇଁ ପ୍ରଶାନ୍ତ କୁମାର ପାତ୍ର, ନାତି ନାତୁଣୀ, ଅଣନାତି ଅଣନାତୁଣୀ ଯଥା:- ସିଦ୍ଧାର୍ଥ ପ୍ରଧାନ, ଶେଖର ପ୍ରଧାନ, ସଞ୍ଚିତ ପ୍ରଧାନ, ସୌରଭ ପ୍ରଧାନ, ପ୍ରୀତି ପହି, ସ୍ୱାତୀ ପାତ୍ର, ସଂଘମିତ୍ରା ବିଶ୍ଵାଳ, ଗାୟତ୍ରୀ ପ୍ରଧାନ, ନିବେଦିତା ଜେନା, ମେହେକ ପ୍ରଧାନ, ଚାର୍ବି, ଚାର୍ବିକ, ଶ୍ରେୟଶ୍ରୀ, ମାଲବିକ, ଆଂଶିକା, ଲାବଣ୍ୟ, ନାତୁଣୀ ବୋହୂ ରିସ୍କି ପ୍ରିୟା ପ୍ରଧାନ ଏବଂ ନାତୁଣୀ ଜ୍ୱାଇଁ ରବୀନ ଗୋଚ୍ଛୱାଲ ପ୍ରମୁଖ ସାମିଲ ଥିଲେ । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ବାଇକ୍-ସ୍କୁଟି ମୁହାଁମୁହିଁ ଧକ୍କାରେ ଯୁବକଙ୍କ ମୃତ୍ୟୁ by Proprietor Abhimanyu Maharana August 16, 2026 ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ by Proprietor Abhimanyu Maharana August 16, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ଉଦଯାପିତ : ଫାଇନାଲରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ by Proprietor Abhimanyu Maharana August 16, 2026 ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ୱର୍ଦ୍ଧନା by Proprietor Abhimanyu Maharana August 16, 2026 ସ୍ୱାଧୀନତା ଦିବସରେ ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ by Proprietor Abhimanyu Maharana August 16, 2026