କଟକ ଜିଲ୍ଲାପଳଙ୍କ ଦ୍ୱାରା ବାଙ୍କୀ ଉପଖଣ୍ଡର ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ସମୀକ୍ଷା

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିଦ୍ଧେ ବାଙ୍କୀ ଗ୍ରସ୍ତରେ ଆସି ଡମପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ଉପଖଣ୍ଡର ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ଓ କିପରି ସମସ୍ତ କାର୍ଯ୍ୟକୁ ଧାର୍ଯ୍ୟ ସମୟ ଭିତରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ବାଙ୍କୀ ତହସିଲର ଅପରାଜିତା ପରିଡା, ନିରୂପମା ପଲେଇ, ରଘୁନାଥ ସେଠୀ,

ତପନ ବେହେରା ପ୍ରମୁଖଙ୍କୁ ବସୁନ୍ଧରା ଯୋଜନା ଏବଂ ଡମପଡ଼ା ତହସିଲର ପଦନପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ମିଶାଇ ୫ଜଣଙ୍କୁ ଜିଲ୍ଲାପାଳକୁ ସ୍ଥାୟୀ ପଟ୍ଟା ବଣ୍ଟନ କରିଥିଲେ । ଏହାପରେ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପାଥପୁର, ହରିରାଜପୁର ଗ୍ରାମବାସୀଙ୍କ ସାମୂହିକ ସମସ୍ୟା ସଂପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା, ଡମପଡ଼ା ବିଡିଓ ଅଂଶୁମାନ ଦାସ, ବାଙ୍କୀ ତହସିଲଦାର ଅଶେଷ ନାୟକ, ଡମପଡ଼ା ତହସିଲଦାର ବୈଶାଖି ଲେଙ୍କାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Exit mobile version