Home ଓଡ଼ିଶା ଅସ୍ତିତ୍ୱ ପକ୍ଷରୁ ବିଶିଷ୍ଟ ଅର୍ଥନୀତିଜ୍ଞ ସ୍ୱର୍ଗତ ଡ.ଦେବେନ୍ଦ୍ର ଚନ୍ଦ୍ର ମିଶ୍ରଙ୍କ ୧୦୫ତମ ଜନ୍ମ ଜୟନ୍ତୀ ପାଳନ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀ ମାଟିରେ ଜନ୍ମିତ ରାଜ୍ୟର ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ଦେବେନ୍ଦ୍ର ଚନ୍ଦ୍ର ମିଶ୍ରଙ୍କ ୧୦୫ତମ ଜନ୍ମ ଜୟନ୍ତୀ ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱ ପକ୍ଷରୁ ବାଙ୍କୀରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ସାମାଜିକ କର୍ମୀ, ପ୍ରକୃତିବନ୍ଧୁ ତଥା ସାମ୍ବାଦିକ ଗୌତମ ମିଶ୍ର ଉଦ୍ଘାଟନ କରି କହିଥିଲେ ଡକ୍ଟର ମିଶ୍ର ଭାରତରେ ଉଚ୍ଚଶିକ୍ଷା ଶେଷ କରି ଆମେରିକାର ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ଡକ୍ଟରରେଟ୍ କରିଥିଲେ । ଏହି ବିଶ୍ୱବିଦ୍ୟାଳୟରେ ଜନ୍.ଏଫ୍.କେନେଡି ଡକ୍ଟର ମିଶ୍ରଙ୍କ ସହପାଠୀ ଥିଲେ । ଜନ୍.ଏଫ୍.କେନେଡି ଆମେରିକାର ରାଷ୍ଟ୍ରପତି ହେବା ପରେ ଡ.ମିଶ୍ରଙ୍କୁ ଆମେରିକା ଅର୍ଥନୀତିର ଉନ୍ନତି ପାଇଁ ଏକ ଉଚ୍ଚପଦବୀରେ ଯୋଗଦେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଡ.ମିଶ୍ର କେନେଡିଙ୍କ ଅନୁରୋଧକୁ ଅଗ୍ରାହ୍ୟ କରି କହିଥିଲେ ମୁଁ ମୋ ଅର୍ଥନୀତି ଜ୍ଞାନ ମୋ ରାଜ୍ୟ ଏବଂ ଦେଶ ପାଇଁ ବିନିଯୋଗ କରିବି । ଡକ୍ଟର ମିଶ୍ର ରେଭେନ୍ସାରେ ଅର୍ଥନୀତି ବିଭାଗରେ ପ୍ରଫେସର ଓ ପରବର୍ତ୍ତୀ ସମୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କୁଳପତି ଆସନ ଅଳଙ୍କୃତ କରିଥିଲେ । ସାଧାରଣଲୋକଙ୍କର କିପରି ଅର୍ଥନୀତିର ଉନ୍ନତିକରଣ ହୋଇପାରିବ ସେ ସଂପର୍କରେ ଡକ୍ଟର ମିଶ୍ର ବହୁ ଆଲେଖ୍ୟ ଲେଖିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ପୂଜ୍ୟପୂଜା ସାରଥୀ ତଥା ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ମନୋଜ କୁମାର ମହାପାତ୍ର ଯୋଗଦେଇ ଡକ୍ଟର ମିଶ୍ରଙ୍କୁ ନିଜ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ସମାଜସେବୀ ଅମୀତ୍ କୁମାର ସାହୁ , ଉଲ୍ଲାସ କୁମାର ବେହେରା, ଦେବୀପ୍ରସାଦ ପଣ୍ଡାଙ୍କ ସମେତ ବହୁବ୍ୟକ୍ତି ଯୋଗଦେଇଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଗ୍ରୀନ୍ ଲିଗେସି ମିଶନ୍–୨୦୨୬’ ଅନ୍ତର୍ଗତ ଫଳଦାୟୀ ଚାରା ବଣ୍ଟନ by Proprietor Abhimanyu Maharana August 17, 2026 ନିଜ ଉପରେ ବିଶ୍ୱାସ ରଖି ନିଜର ସର୍ବଶ୍ରେଷ୍ଠ ପ୍ରଚେଷ୍ଟା ଜାରି ରଖିଲେ ସବୁକିଛି ପରିବର୍ତ୍ତନ କରାଯାଇପାରିବ : ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana August 17, 2026 ପାରଳାଖେମୁଣ୍ଡି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଅଗ୍ରଣୀ ସାମାଜିକ ସଂଗଠନ କ୍ରାନ୍ତି ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana August 17, 2026 ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୮୦ ତମ ସ୍ବାଧିନତା ଦିବସ ଉତ୍ସବ ପାଳିତ by Proprietor Abhimanyu Maharana August 17, 2026