Home ଓଡ଼ିଶା ସମୁଦ୍ର ତଟବର୍ତ୍ତୀ ଲୋକଙ୍କ ନିକଟତର ହେବ ପୋଲିସ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp କୋଣାର୍କ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମସ୍ଚ୍ୟଜୀବିଙ୍କ ସୁରକ୍ଷା ପାଇଁ ଲାଇଫି ଜ୍ୟାକେଟ ବଣ୍ଟନ । ସାମୁଦ୍ରିକ ପଥ ଦେଇ ତଟବର୍ତ୍ତୀ ଅଂଚଳରେ ଅନୁପ୍ରବେଶ ଉପରେ ନିୟନ୍ତ୍ରଣ ବାହ୍ୟଶକ୍ତିକୁ ପ୍ରତିହତ କରିବା ସହିତ ବେଆଇନି କାର୍ଯ୍ୟକଳାପ ଓ ନିଶାଜାତ ଦ୍ରବ୍ୟ ଚାଲାଣ ଆଦି ରୋକିବା ଉପରେ ତଟରକ୍ଷୀ ପୁଲିସ ବାହିନୀ ଏବେ ଗୁରୁତ୍ୱ ଦେଇଛିପୋଲିସ ଆମେ ଦେଖାଉଛୁ ପୁରୀ ଜିଲ୍ଲା ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପରିସରରେ ସ୍ଥାନୀୟ ଅଂଚଳର ମସ୍ଚ୍ୟଜୀବି, ସାଧାରଣ ଜନତା,ଲୋକ ପ୍ରତିନିଦି ଓ ପୋଲିସ ମଧ୍ୟରେ ପରସ୍ପର ସୁସମ୍ପର୍କ ସହ କିପରି ଅଧିକ ନିକଟତର ହୋଇ ଜନ ସାଧାରଣ ଙ୍କ ବିଶ୍ୱାସ ଭାଜନ ହେବ ତାହା ଏହି ଅଭିଯାନର ମୁଖ୍ୟ ଉଦେଶ୍ୟ । ଏଥିଲାଗି ତୃଣମୂଳ ସ୍ତରରୁ ଗୁଇନ୍ଦା ତଥ୍ୟ ସଂଗ୍ରହ ଓ କୋଣାର୍କ ସାମୁଦ୍ରିକ ଥାନା ତଟବର୍ତ୍ତୀ ଅଂଚଳରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହେଉଛି । ଆଜି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିକାରୀ ସସ୍ମିତା ସାହୁ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଏସଡିପିଓ ଜନାର୍ଦ୍ଦନ ପାଢ଼ୀ ପ୍ରମୁଖ ଉପସ୍ଥିତ ରେ” କମ୍ୟୁନିଟି ପୋଲିସିଂ”ଜରିଆରେ ଜନ ସାଧାରଣ ଓ ପୁଲିସ ମଧ୍ୟରେ ସହଯୋଗ ବୃଦ୍ଧି ପାଇବା ସହିତ ସ୍ଥାନୀୟ ଅଂଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ସୁରକ୍ଷା କୁ ନିଶ୍ଚିତ କରିହେବ । ତଟବର୍ତ୍ତୀ ଅଂଚଳରେ ପୁଲିସ ଲୋକଙ୍କ ବିଶ୍ୱାସ ଭାଜନ ହେବା ସହ ଆଗାମୀ ଦିନରେ ଉତ୍ତମ ସେବା ପ୍ରଦାନ କରିବାରେ ଗୁରୁଦାୟିତ୍ୱ ତୁଲାଇବେ ବୋଲି ଉପସ୍ଥିତ ଅତିଥିମାନେ ମତ ରଖିଥିଲେ । ଲୋକ ଙ୍କ ସହ ଭାଗିତା ରେ ସ୍ଥାନୀୟ ଅଂଚଳରେ ଅପରାଧ ସଂଖ୍ୟା ହ୍ରାସ ପାଇବ ଏବଂ ସମାଜ ରେ ଶାନ୍ତି ବଜାୟ ରହିବ।ସମୁଦ୍ର ତଟବର୍ତ୍ତୀ ଅଂଚଳରେ ଅଜଣା ଲୋକଙ୍କ ଆଶ୍ରୟ ନ ଦେବା, କାହାର ଗତିବିଧି ଉପରେ ସନ୍ଦେହ ଆସିଲେ ସାମୁଦ୍ରିକ ଥାନା ପୁଲିସ କୁ ଜଣାଇବା, ମାଛ ଧରିବାକୁ ସମୁଦ୍ରକୁ ଯାଇଥିବା ମସ୍ଚ୍ୟଜୀବି ଦୀର୍ଘ ଦିନ ଧରି ନ ଫେରିଲେ ପୁଲିସ କୁ ଜଣାଇବାକୁ ଲୋକଙ୍କୁ କୁହାଯାଇଛି । ସମୁଦ୍ର ପଥରେ ରାଜ୍ୟକୁ ଆସୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ନିୟନ୍ତ୍ରଣ କରିବାକୁ ଏହା ସହାୟକ ହେଉଛି । ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଥାନା ନିକଟରେ ବୃକ୍ଷରୋପଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ପୂର୍ବରୁ ଗାଁରେ ଯେପରି ଗ୍ରମସଭାରେ ବିଭିନ୍ନ ଗାଁର ସମସ୍ୟା ସମାଧାନ କରାଯାଏ । ତାହାକୁ ବଜାଇବା ପାଇଁ ନୂଆ ପ୍ରୟାସ କରିଛନ୍ତି ପୁରୀ ପୋଲିସ।ପରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ସମୁଦ୍ର ଭିତରକୁ ସୁରକ୍ଷିତ ଭାବେ ଯିବା ସହ ଲାଇଫି ଜ୍ୟାକେଟ ପରିଧାନ କରିବା ସହିତ ସୁରକ୍ଷିତ ଭାବେ ମାଛ ଧରିବାକୁ ପରାମର୍ଶ ଦେଇଥିଲେ। ଅନେକ ଙ୍କୁ ଲାଇଫି ଜ୍ୟାକେଟ ବଣ୍ଟନ ହୋଇଥିଲା । କାର୍ଯ୍ୟକ୍ରମ ରେ ସାମୁଦ୍ରିକ ଥାନାର ସମସ୍ତ କର୍ମଚାରୀଙ୍କ ସହ କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ,ସୁତନ ପଞ୍ଚାୟତ ସରପଞ୍ଚ ମେନକା ବେହେରା,ସୁତନ ପଞ୍ଚାୟତ ନୋମିନି କାଶୀନାଥ ନାୟକ, ବରିଷ୍ଠ ଶିକ୍ଷାବିତ ରାମକୃଷ୍ଣ ମାହାନ୍ତି ଉପସ୍ଥିତ ଥିଲେ l Categories: ଓଡ଼ିଶା, ପୁରୀ, ହୋମ୍ Related Content ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026 ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ସାଂସ୍କୃତିକ ବିଚିତ୍ରା ଭାରତୀୟମ' ପରିବେଷିତ by Proprietor Abhimanyu Maharana August 17, 2026 ପୁରୀ ବିଚ୍ ମହାସଂଘ ତରଫରୁ ରକ୍ତଦାନ ଶିବିର by Proprietor Abhimanyu Maharana August 17, 2026 ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଶ୍ରୀପୟର ସୁରକ୍ଷା ପାଇଁ ସୋମବାର ଖସାପଡା ନୀତି ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ by Proprietor Abhimanyu Maharana August 17, 2026 ସ୍ବାଧୀନତା ଆମ ଏକତା ଓ ସହଭାଗିତା ର ପ୍ରତୀକ : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ by Proprietor Abhimanyu Maharana August 17, 2026