ମଞ୍ଜୁର ହୋଇଛି ପ୍ରକଳ୍ପ ତଥାପି ପାନୀୟ ଜଳ ଅପେକ୍ଷା ରେ ଗ୍ରାମବାସୀ – ହିଞ୍ଜିଳିକାଟୁ

ଓଡ଼ିଶା ତାଜା ନ୍ୟୁଜ (୨୨ ସେପ୍ଟେମ୍ବର ମଙ୍ଗଳବାର) ହିଞ୍ଜିଳିକାଟୁ : ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ପୋଡ଼ଙ୍ଗି ଗ୍ରାମବାସୀ ପାନୀୟ ଜଳ ସମସ୍ୟାର ଦୂରୀକରଣ କରିବା ନେଇ ବ୍ରହ୍ମପୁର ସ୍ଥିତ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମ୍ନା ରେ ବିକ୍ଷୋଭ କରିବା ସହ ଦାବୀପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁସାରେ ପୋଡ଼ଙ୍ଗି ଗାଁରେ ୧୨୦୦ ପରିବାର ବସବାସ କରୁଥିବା ବେଳେ ଗାଁକୁ ଯୋଗାଣ ହେଉଥିବା ଜଳ ଖାରିଆ ଓ ଲୁଣି ଅଂଶ ରହୁଥିବା ହେତୁ ତାହା ପାନୀୟ ଉପଯୋଗୀ ହୋଇପାରୁନାହିଁ ।

ଯାହା ଫଳରେ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ରୋଗାକ୍ରାନ୍ତ ହେଉଛନ୍ତି। ଦୀର୍ଘ ୧୨ ବର୍ଷ ହେଲେ ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମସ୍ତ ଘରକୁ ପାନୀୟ ଜଳ ଯୋଗାଣ ସଂଯୋଗୀକରଣ ହୋଇପାରିନାହିଁ ବୋଲି ଅଭିଯୋଗ କରିଛନ୍ତି। ଏନେଇ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କୁ ଯୋଗାଯୋଗ କରିବାରୁ କିଛି ଦିନ ମଧ୍ୟ ରେ ସରକାରଙ୍କ ନିର୍ଦେଶ କ୍ରମେ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ଉକ୍ତ ଗ୍ରାମ ସହ ଅନ୍ୟ ଆବଶ୍ୟକ ଥିବା ଗ୍ରାମ ରେ ଥିବା ସମସ୍ତ ଘରକୁ କିଛି ମାସ ମଧ୍ୟରେ ପାଇପ୍ ସଂଯୋଗ କରି ବିଶୁଦ୍ଧ ପାନୀୟ ଜଳର ଯୋଗାଣ ପାଇଁ ଯୋଜନା ହୋଇଥିବା ସେ କହିଛନ୍ତି । (ହିଞ୍ଜିଳିକାଟୁ/ଶୁସାନ୍ତ ପ୍ରଧାନ)

Exit mobile version