100 ରୁ ଉର୍ଦ୍ଧ ବର୍ଷ ଧରି ଚାଲିଛି ଅଷ୍ଟପ୍ରହରୀ ନାମ ଯଜ୍ଞ – ଚାନ୍ଦପୁର ଶ୍ରୀ ଗୋପୀନାଥ ଦେବ

ଟାଙ୍ଗୀ  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଗ୍ରାମର ଗୋପିନାଥପୁର ସାହିରେ ଶ୍ରୀ ଶ୍ରୀ ଗୋପିନାଥ ଦେବଙ୍କ ମନ୍ଦିରରେ ଅଷ୍ଟପ୍ରହରୀ ଅନୁଷ୍ଠିତ ହେଉଅଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ ଅନୁଷ୍ଠିତ ହେଉଅଛି, ସବୁଠୁ ବଡ କଥା ହେଉଛି ଦୀର୍ଘ ୧୦୦ ବର୍ଷରୁ ଅଧିକ ହେବ ଏଠାରେ ଅଷ୍ଟପ୍ରହରୀ ଚାଲୁ ରହିଅଛି । 28 ତାରିଖ ଠାରୁ 30 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତା୨୮/୦୧/୨୦୨୬ ,ତା୨୯/୦୧/୨୦୨୬ ରେ ନାମ ସଂକିର୍ତ୍ତନ,୩୦/୦୧/୨୦୨୬ ରେ ନଗର କୀର୍ତ୍ତନ ଓ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ସାହିତ୍ୟ ସଭାପତି ବିଜୟ କେତନ ସାହୁ, ସମ୍ପାଦକ ଶିବ ପ୍ରସାଦ ସାହୁ ଏବଂ ସାହି କମିଟିର ସଦସ୍ୟ ବଦ୍ରିନାରାୟଣ ଚୋୖଧୁରୀ, ଗୋବିନ୍ଦ ମହାପାତ୍ର,ଜିତେନ୍ଦ୍ର କୁମାର ସାହୁ, ଧର୍ମେନ୍ଦ୍ର ପାତ୍ର, ରଶ୍ମି ରଞ୍ଜନ ସାହୁ, ସୁଶାନ୍ତ ନାୟକଙ୍କ ସହଯୋଗରେ ଏହି କାର୍ଯ୍ୟ ଅନୁଷ୍ଠିତ ହେଉଅଛି । ଏଥିରେ ଚାନ୍ଦପୁର ନିଖିଳ ଉତ୍କଳ ପାଟରା ସମାଜର ସଭାପତି ରବୀନ୍ଦ୍ର କୁମାର ନାୟକ ଓ ସମସ୍ତ ସଦସ୍ୟ ମଧ୍ୟ ସହଯୋଗ କରୁଅଛନ୍ତି । ମହନ୍ତ ରାଧା ଚରଣ ଦାସ ମହାରାଜ ଏବଂ କର୍ତ୍ତା ଭାବରେ ଭାଗିରଥୀ ଦାସ ମଧ୍ୟ ସହଯୋଗ କରୁଛନ୍ତି ।

Exit mobile version