Home ଓଡ଼ିଶା ବ୍ଲକ ସ୍ତରୀୟ ଗଣତନ୍ତ୍ର ଦିବସରେ ବିଡ଼ିଓଙ୍କୁ ନେଇ ଟଣା ଓଟରା – ବିଡ଼ିଓଙ୍କ ଦୋଷ ନାହିଁ କହିଛି ବିଜେପି by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବୋଲଗଡ଼ ବାମନ ଉଚ୍ଚ ବିଦ୍ୟାଳୟ ମୈଦାନଠାରେ ପାରମ୍ପରିକ ହୋଇ ଆସୁଥିବା ଜାନୁଆରୀ ୨୬ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଉତ୍ସଵ ସୋମବାର ପାଳନ କରାଯାଇଛି । ତେବେ ଅନୁଷ୍ଠିତ ଉତ୍ସବର ମାହେଲ ପୂର୍ବ ବର୍ଷ ମାନଙ୍କପରି ଚଳିତ ବର୍ଷ ପରିଲକ୍ଷିତ ହୋଇନାହିଁ । ଚଳିତ ବର୍ଷ ବୋଲଗଡ଼ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ ଯୋଗଦେବା ନିମନ୍ତେ ଗଣ ମାଧ୍ୟମ ଚିଠି ନଂ୨୯୦/୨୧.୧.୨୬ ଓ ବିଧାୟକ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଶାସନ ମୁଖ୍ୟ ବିଡ଼ିଓ ସ୍ଥାନୀୟ ବିଧାୟକଙ୍କୁ ଚିଠି କରିଥିଲେ । ବ୍ଲକ ପରିସର ଭିତରେ ବ୍ଲକ ଅଧକ୍ଷା ପତାକା ଉତ୍ତୋଳନ କରିବା ପରିବର୍ତ୍ତେ ବିଡ଼ିଓ ପତାକା ଉତ୍ତୋଳନ କରିଛନ୍ତି l ଯେହେତୁ ବିଡ଼ିଓ ବ୍ଲକ ଅଧକ୍ଷା ଙ୍କୁ ଚିଠି କରିଅଛନ୍ତି କିନ୍ତୁ ଦୁଃଖ ବିଷୟ ଅଧକ୍ଷା ଉପସ୍ଥିତ ରହିଥିବାରୁ ବିଡ଼ିଓ ସେ ଦାୟିତ୍ୱ ନିର୍ବାହ କରିଛନ୍ତି l ଅପରପକ୍ଷେ ବାମନ ଉଚ୍ଚ ବିଦ୍ୟାଳୟରେ ସମ୍ମିଳନୀ ପ୍ୟାରେଡ ବ୍ୟବସ୍ଥାରେ ବିଡ଼ିଓ ଅନୁପସ୍ଥିତକୁ ନେଇ ସମସ୍ୟା ଉପୁଜିଛି l ବିଧାୟକ ବିଡ଼ିଓଙ୍କ ଉପରେ ବର୍ଷିଥିଲେ କାହିଁକି ବ୍ଲକ ପ୍ରଶାସନ ଅଧିକାରୀ ଉପସ୍ଥିତ ରହିଲେ ନାହିଁ ବୋଲି ପ୍ରଶ୍ନ କରିଥିଲେ l ଏହା ବୋଲଗଡ ପାଇଁ ନିନ୍ଦନୀୟ ବୋଲି ବିଧାୟକ ଓ ତାଙ୍କ ସମର୍ଥକ ମାନେ କହିଛନ୍ତି l ବୋଲଗଡ ଅଞ୍ଚଳ ପାଇଁ ଏହା ଘୋର ଅପମାନ ଏବଂ ବୋଲଗଡ ମହାପୁରୁଷ ମାନଙ୍କ ପାଇଁ ଏହା ଘୋର ଅନ୍ୟାୟ ବୋଲି ବୋଲଗଡ ଅଞ୍ଚଳରୁ କିଛି ବ୍ୟକ୍ତି ବିଶେଷ ମାନେ କହିଛନ୍ତି l ତତ ସହିତ ବିଜେଡି ବିଧାୟକ ଓ ତାଙ୍କ ସମର୍ଥକ ମାନେ ଏହାକୁ କଟାକ୍ଷ କରିଛନ୍ତି l ଅପର ପକ୍ଷେ ଆଜି ବିଜେପିର କର୍ମୀମାନେ ସାମ୍ବାଦିକ ସମ୍ମିଳନୀ କରି ବିଡ଼ିଓ ଙ୍କ ସପକ୍ଷରେ କହି ବିଧାୟକଙ୍କୁ କଡା ଜବାଜ ଦେଇ କହିଛନ୍ତି ବିଧାୟକ ଅଞ୍ଚଳ ବାସୀ ଙ୍କ ମନରେ ବିଷ ବୁଣୁଛନ୍ତି l ବିଡ଼ିଓ ପତାକା ଉତ୍ତୋଳନ କରୁଥିବା ସମୟରେ ସେହି ସମୟରେ ବିଧାୟକ ବାମନ ଉଚ୍ଚ ବିଦ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ l ସେହି କାରଣରୁ ବିଡ଼ିଓ ଯାଇପାରିଲେ ନାହିଁ ବୋଲି ବିଜେପି କର୍ମୀ ତଥା ସାନପଦର ସମିତିସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର, ଦଳେଇ ସାହି ସମିତି ସଭ୍ୟ ଓ ସାଗରଗାଁ ସମିତି ସଭ୍ୟଙ୍କ ସମେତ ବହୁ ବିଜେପି କର୍ମୀଉପସ୍ଥିତ ରହି କହିଥିଲେ l ବିଡ଼ିଓ ସୁଚାରୁ ରୂପେ କାର୍ଯ୍ୟ କରୁଛନ୍ତି ତାହା ଜନସାଧାରଣ ମାନେ କହିବେ କିନ୍ତୁ ବିଡିଓ ଙ୍କୁ ବିରୋଧୀ ଦଳ ବିଧାୟକ ତାଙ୍କୁ ନିଜର ସ୍ୱାର୍ଥ ନିମନ୍ତେ ବଦନାମ କରୁଛନ୍ତି l ସାଧାରଣତନ୍ତ୍ର ଦିବସ କୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଟଣା ଓଟାରରେ ବିଡ଼ିଓ ବଳିପଡିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026