ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ , ଫାଇନାଲରେ ଭଞ୍ଜନଗର ଫୁଟବଲ ଏକାଡେମୀ ଚମ୍ପିୟାନ

ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତୁଳସୀବେରେଣ ଖେଳ ପଡିଆରେ, ସାତ ଦିନ ଧରି ଚାଲିଥିବା ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଦିବସରେ ଭଞ୍ଜନଗର ଫୁଟବଲ ଏକାଡେମୀ ୨/୧ ଗୋଲରେ ବିଜୟୀ ହୋଇ ଚମ୍ପିୟାନ ଟ୍ରଫି ସହ ନଗଦ ୩୦ ହଜାର ଟଙ୍କା ପୁରସ୍କାର ରାଶି ଓ ରନରସପ୍ ବଲାଙ୍ଗୀର ଦଳ ନଗଦ ୨୦ ହଜାର ଟଙ୍କା ସହ ଟ୍ରଫି ହାସଲ କରିଥିବା ଜଣା ପଡିଛି ।

ଆଂଚଳିକ କପ୍ ୨୦୨୬ କମିଟିର ସଭାପତି ସାମସୁର ଖାନ, ସମ୍ପାଦକ ଅଜୟ କୁମାର ସାହୁ, ଉପଦେଷ୍ଟା ଫିଦା ଖାନ, ଇଶା ଖାନ ଆଦି ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ପ୍ରତିଯୋଗିତା, ପୁରସ୍କାର ବିତରଣ, ଲଟେରୀ ଉଠାଣ ଆଦି ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସରିଥିବା ଦେଖିବାକୁ ମିଳିଥିଲା । ପ୍ରାୟ କୋଡିଏ ରୁ ଉର୍ଦ୍ଧ୍ ଗ୍ରାମରୁ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଜନ ସାଧାରଣ ସମାଗମ ଦେଖିବାକୁ ମିଳିଥିଲା । ଚିଅର୍ ଗାର୍ଲ୍ ମାନେ ନୃତ୍ୟ ମାଧ୍ୟମରେ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଦର୍ଶକ ମାନଙ୍କୁ ଢେର୍ ସାରା ଆମୋଦିତ କରୁଥିବା ଦେଖିବାକୁ ମିଳିଛି ।

ଆୟୋଜକ ଓ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ମୂଖ୍ୟ ଅତିଥି ଭାବେ ବୋଲଗଡ – ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ସମ୍ମାନୀତ ତଥା ସ୍ଵତନ୍ତ୍ର ଅତିଥି ଭାବେ ଟୁର୍ଣ୍ଣାମେଣ୍ଟର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସାହୁ, ସମ୍ମାନୀତ ଅତିଥି ମାନେ ଶେଖ୍ ଅକ୍ତର ( ଏମ ଡି:- ଓରି ଗୋଲ୍ଡ ପାଇପ୍), ପଙ୍କଜ ଲୋଚନ ମହାନ୍ତି (ଚେୟାର ମ୍ୟାନ ଏମ ଜି ଏମ), ବିକାଶ ପ୍ରଧାନ ( କୋଷାଧ୍ୟକ୍ଷ ବାରବାଟି ଷ୍ଟାଡିୟମ୍) ,

ହିମାଂଶୁ ଶେଖର ମହାନ୍ତି ( ସମାଜ ସେବୀ) ଆଦି ଉପସ୍ଥିତ ରହି ପ୍ରଭୂ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଅର୍ପଣ କରି ପ୍ରଦୀପ ପ୍ରଜ୍ଵଳନ ପରେ ଖେଳାଳି ମାନଙ୍କ ସହ କରମର୍ଦ୍ଧନ କରି ଫୁଟବଲ୍ ଖେଳ ଆରମ୍ଭ କରାଇଥିଲେ । ପୂର୍ବତନ ଖେଳାଳୀ, କମିଟି ସଦସ୍ୟ, ବୁଦ୍ଧିଜୀିବି, ସାମ୍ବାଦିକ, ରେଫାରି ମାନଙ୍କୁ କମିଟି ପକ୍ଷରୁ ଉତ୍ତରୀୟ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା ।

ଭଞ୍ଜନଗର ଫୁଟବଲ୍ ଏକାଡେମୀ ପ୍ରଥମେ ବଲାଙ୍ଗୀର ଦଳକୁ ଦୁଇଟି ଗୋଲ୍ ଦେଇ ଥିବା ବେଳେ ବଲାଙ୍ଗୀର ଦଳ ମାତ୍ର ଗୋଟିଏ ଗୋଲ ଦେଇ ଅମାନତ ହାରିବାରୁ ଅଳ୍ପକେ ବର୍ତ୍ତି ଥିଲା । ପରିଶେଷରେ ସ୍ୱଚ୍ଛ ଭାବେ ଲଟେରୀ ଉଠାଣ କରାଯାଇ ସମସ୍ତ ଭାଗ୍ୟସାଳି ବିଜେତା ମାନଙ୍କୁ ଅତିଥି ମାନଙ୍କ ଉପସ୍ଥିତିରେ ଦୁଇଟି ସାଇକେଲ, ଗୋଟିଏ ଗ୍ରାଇଣ୍ଡର, ପାଞ୍ଚଟି ଆଇରନ, ପାଞ୍ଚଟି ଛତା ପ୍ରଦାନ କରଯାଇଥିଲା,

ଯାହାକି ଦର୍ଶକ ମାନଙ୍କ ମନରେ ଅନେକ ଉତ୍ସାହ ପରିଲକ୍ଷିତ ହେଉଥିବା ଜଣା ପଡ଼ିଛି । ସବୁଠାରୁ ମଜା କଥା ହେଉଛି ସାଇକେଲ ଦୁଇଟି , ଦୁଇଟି କୁନି ବାଳକ ଦେଉଳି ଓ ଜାମୁସାହିର ଅଟନ୍ତି। ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ବିଶେଷ ସହଯୋଗ ପାଇଁ ଅଞ୍ଚଳ ବାସୀ କୃତଜ୍ଞତା ଜ୍ଞାପନ କରିଥିବା ଜଣା ପଡିଛି । ରେଫରି ରାଜୁ ମହାନ୍ତି, ସେଖୱତ ଅଲି ଖାନ, ବିଦେଶୀ ନାୟକ , ଶଙ୍କର୍ଷଣ ପରିଡା ଖେଳକୁ ସୁ ପରିଚାଳନା କରିଥିଲେ ।

Exit mobile version