Home ଓଡ଼ିଶା ରୋଷେଇ ଘରେ ଆସିବ ବିପ୍ଳବ : ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଓ ଅଷ୍ଟ୍ରେଲୀୟ ସଂସ୍ଥା ‘ସେଭଫୁଲ୍’ର ବଡ଼ ପଦକ୍ଷେପ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ବଳକା ଖାଦ୍ୟ ଏଣିକି ହେବ ସୁଆଦିଆ ବ୍ୟଞ୍ଜଳ, ଖାଦ୍ୟ ନଷ୍ଟ ରୋକିବା ସହ ବଜାର ଖର୍ଚ କମାଇବ AI ଆଧାରିତ ଏହି ଅଭିନବ ଆପ୍ ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସ୍ଥାୟୀ ଶିକ୍ଷା ଏବଂ ସର୍କୁଲାର୍ ଇକୋନୋମି (Circular Economy) କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ (CUTM), ଅଷ୍ଟ୍ରେଲୀୟ ଫୁର୍-ଟେକ୍ ପ୍ଲାଟଫର୍ମ ‘Saveful’ ସହିତ ଏକ ଗୁରୁତ୍ବପୂର୍ଣ ସହଭାଗିତା ଘୋଷଣା କରିଛି। ଏହି ସହଭାଗିତା ମାଧ୍ୟମରେ ‘Saveful’ ଭାରତୀୟ ବଜାରରେ ପ୍ରବେଶ କରିଥିବାବେଳେ, ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଏହି ଅଭିଯାନର ଜାତୀୟ କେନ୍ଦ୍ର ଭାବେ କାର୍ଯ୍ୟ କରିବା ଖାଦ୍ୟ ଅପଚୟ ରୋକିବାକୁ ନୂତନ ପ୍ରୟାସ: ଭାରତୀୟ ଖାଦ୍ୟ ଶୈଳୀ ଓ ଦୈନନ୍ଦିନ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଏହି ଆପ୍କୁ ବିକଶିତ କରାଯାଇଛି। ଅଷ୍ଟ୍ରେଲିଆରେ ଏହି ଆପ୍ ମାଧ୍ୟମରେ ୪୧,୦୦୦ରୁ ଅକ ବ୍ୟବହାରକାରୀ ପ୍ରାୟ ୬୩% ଖାଦ୍ୟ ନଷ୍ଟ ହେବାରୁ ରକ୍ଷା କରିପାରିଛନ୍ତି। ବର୍ତ୍ତମାନ ଏହା ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର “ଜିଲୋ ୱେଷ୍ଟ କ୍ୟାମ୍ପସ” (Zero Waste Campus) ଅଭିଯାନର ଏକ ଅଂଶ ହେବ, ଯାହା ଛାତ୍ରଛାତ୍ରୀ ଓ ସ୍ଥାନୀୟ ସମୁଦାୟକୁ ରୋଷେଇ ଘରର ବଳକା ସାମଗ୍ରୀକୁ ସଠିକ୍ ଭାବେ ବ୍ୟବହାର କରିବାରେ ସାହାଯ୍ୟ କରିବା ମୁଖ୍ୟ ଚନ୍ତବ୍ୟ: ଏହି ଅବସରରେ ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ କହିଛନ୍ତି, “ସାମାଜିକ ଦାୟିତ୍ବବୋଧ ଏବଂ ସ୍ଥାୟୀ ନବସୃଜନ କ୍ଷେତ୍ରରେ ଆମେ ସର୍ବଦା ଆଗରେ ରହିଛୁ। ‘Saveful’ ସହ ଏହି ସହଭାଗିତା ଆମ ସମୁଦାୟକୁ ଏକ ଡିଜିଟାଲ୍ ସାଧନ ଯୋଗାଇଦେବ, ଯାହା ଦ୍ବାରା ‘ଭଲ କାମ କରିବା’ ଆମ ଜୀବନଶୈଳୀର ଏକ ଅଂଶ ହୋଇପାରିବ” Saveful ର ସିଇଓ କିମ୍ ମ୍ୟାକଡୋନାଲ୍ଡ କହିଛନ୍ତି, “ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସାମାଜିକ ପରିବର୍ତ୍ତନ ଧାରାକୁ ଦେଖ୍ ଆମେ ସେମାନଙ୍କୁ ଭାରତରେ ଆମର ପ୍ରଥମ ସହଯୋଗୀ ଭାବେ ଚୟନ କରିଛୁ।” ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ଆସିଷ୍ଠା ପ୍ରଫେସର ଶ୍ରୀ ସଞ୍ଜୀବ କୁମାର ଦାସ, ଶ୍ରୀ ସନ୍ଦୀପ କୁମାର ଏବଂ ସେମାନଙ୍କ ବିମ୍ ମିଳିତ ଭାବେ ଏହି ‘Saveful’ ଆପକୁ ବିକଶିତ କରିଛନ୍ତି । କାର୍ଯ୍ୟକ୍ରମର ବିଶେଷତା ଆପର ବିକାଶ : ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ସଞ୍ଜୀବ କୁମାର ଦାସ, ସନ୍ଦୀପ କୁମାର ଏବଂ ସେମାନଙ୍କ ଟିମ୍ ଏହି Saveful ଆପ୍ର ବିକାଶ କରିଛନ୍ତି। କ୍ୟାମ୍ପସ ରୋଭ୍-ଆଉଟ୍ : ବିଶ୍ଵବିଦ୍ୟାଳୟର ସମସ୍ତ କ୍ୟାମ୍ପସରେ ଏହି ଆପ୍ ଲାଗୁ କରାଯିବ ଆର୍ଥିକ ସଞ୍ଚୟ : ଏହା ପରିବାରଗୁଡ଼ିକୁ ଘରେ ଥିବା ସାମଗ୍ରୀର ସଠିକ୍ ବ୍ୟବହାର ଶିଖାଇ ବଜାର ଖର୍ଜ କମାଇବାରେ ସାହାଯ୍ୟ କରିବା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଅନିତା ପାତ୍ର, ପ୍ରୋ-ଭାଇସ୍ ଡାନ୍ସେଲର ଡ. ଅଜୟ କୁମାର ନାୟକ, ପ୍ରଫେସର ବିଶ୍ବଜିତ ମିଶ୍ର, ଅଷ୍ଟ୍ରେଲିଆର ନର୍ସି” ପ୍ରଫେସନାଲ ମାର୍କ ହେଲଜ୍, Thankful Foundation ର ସହ-ପ୍ରତିଷ୍ଠାତା ମାଇକ୍ ଚ୍ୟୁଟର ଏବଂ ଜିନ୍ ଜ. ସଂଗ୍ରାମ କେଶରୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026