Home ଓଡ଼ିଶା ଶ୍ରୀ ହନୁମାନଙ୍କ ପୀଠରେ ବିଂଶତମ ବାର୍ଷିକ ବିଶ୍ୱଶlନ୍ତି ମହାଯଜ୍ଞ ଉଦଯାପିତ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବିଶାଳ କଳସ ଯାତ୍ରାରେ ଯୋଗଦେଲେ ୧୫୨ ବ୍ରତଧାରୀ ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗୋପୀନାଥପୁର ସାହିସ୍ଥିତ ଶ୍ରୀ ରଘୁନାଥ ଜୀଉ ମନ୍ଦିର ପରିଚାଳନା କମିଟିର ସଭାପତି ରବୀନ୍ଦ୍ର କୁମାର ସାହୁଙ୍କ ଆବାହତତ୍ୱରେ ବୁଧବାରଦିନ ଶ୍ରୀ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ବିଂଶ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି ! ଏହି ବିଶ୍ଵଶାନ୍ତି ମହାଯଜ୍ଞ ୨୫ ତାରିଖ ରବିବାର ଦିନ ଠାରୁ ଆରମ୍ଭ ହୋଇ ୨୮ତାରିଖ ବୁଧବାର ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ! ବିଶାଳ କଳସ ଯାତ୍ରା ମହା ଆଡମ୍ବର ସହକାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଅଛି ! ଏହି ବିଶ୍ଵଶାନ୍ତି ମହାଯଜ୍ଞ ବିଶାଳ କଳସ ଯାତ୍ରାରେ 152 କଳସ ବ୍ରତଧାରୀମାନେ ସାନ କୁମାରି ଗ୍ରାମସ୍ଥିତ ହାଡ଼ନଦୀରୁ ପବିତ୍ର ଜଳ ସହିତ ନୂତନ ବସ୍ତ୍ର ପରିଧାନ କରି ନିଷ୍ଠାର ସହ ପୂଜା ଅର୍ଚନା ପରେ ଗଣେଶ ବଜାର, ଦୁର୍ଗା ବଜାର କାଉଁରୀ ପାଟଣା ସାହି,ଶାସନ ସାହି, ଟାଙ୍ଗୀସାହି ମଥୁରପୁରସାହି, ବଣିଆ ସାହି, ରତ୍ନପୁର ସାହି, ସୁନାଖଳାସାହି ଓ ଗୋପୀନାଥପୁର ପ୍ରମୁଖ ସାହି ପରିକ୍ରମା କରିଥିଲେ ! ଗ୍ରାମବାସୀମାନେ ନିଜନିଜର ଦୁଆରେ ଝୋଟି, ଚିତା ସହ ଦୀପ ପ୍ରଜ୍ବଳନ, କଳସ ସ୍ଥାପନ କରି ବିଶାଳ କଳସ ଯାତ୍ରାକୁ ଭବ୍ୟ ସ୍ୱାଗତ କରିଥିଲେ ! ଏହି ବିଶ୍ଵଶାନ୍ତି ମହାଯଜ୍ଞ ରବିବାର ଦିନ ଶୁଭ ଅଙ୍କୁରlରୋପଣ, ଶାଲା ମଣ୍ଡନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ସୋମବାର ଦିନ କଳସ ଯାତ୍ରା, ବ୍ରହ୍ମlବରଣ, ଅଗ୍ନିସ୍ଥାପନ, ପ୍ରସାଦ ସେବନ ଓ ସଂସୃତିକ କାର୍ଯ୍ୟକ୍ରମ, ମଙ୍ଗଳ ଦିନ ସୂର୍ଯ୍ୟପୂଜା, ଗୋପୂଜା, ଶାଲାସଂସ୍କାର, ଚଣ୍ଡୀପାଠ, ଗବ୍ୟାହୃତି ପ୍ରଦାନ ଓ ସଂlକୃତିକ କାର୍ଯ୍ୟକ୍ରମ ଓ ବୁଧବାରଦିନ ସୂର୍ଯ୍ୟପୂଜା, ଗୋପୂଜା, ଶାଲାସଂସ୍କାର, ଗବ୍ୟାହୃତି ପ୍ରଦାନ, ପୂର୍ଣ୍ଣାହୁତି, ଚରୁସେବନ ଅନୁଷ୍ଠିତ ହୋଇଥିଲା ! ଏହି ବିଂଶ ତମ ବାର୍ଷିକ ମହାଯଜ୍ଞରେ ମନ୍ଦିର କମିଟି ସଭାପତି ରବୀନ୍ଦ୍ର କୁମାର ସାହୁ କର୍ତ୍ତା ଭାବେ ତାଙ୍କ ସହଧର୍ମିଣୀ ନିର୍ମଳା ସାହୁ କର୍ତ୍ତୀ ଭାବେ ସମ୍ପାଦନ କରିଥିବଲେ ¡ ଏହି ବିଶ୍ଵଶାନ୍ତି ମହାଯଜ୍ଞକୁ ପଣ୍ଡିତ ତପନ କୁମାର ମିଶ୍ର, ସୁରେଶ କୁମାର ମହାପାତ୍ର , ଜାନକୀବାଲ୍ଲଭ ଦାସ, ଦିଲ୍ଲୀପ କୁମାର ତ୍ରିପାଠୀ ଓ ମନ୍ଦିର ପୂଜକ କିଶୋର ଚନ୍ଦ୍ର ରଥ ନାରାୟଣ ରଣା ପ୍ରମୁଖ ଯଜ୍ଞ ପରିଚାଳନା କରିଥିଲେ ! ଶତାଧିକ ବ୍ରତ ଧାରୀ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ଶ୍ରୀ ହନୁମାନ ଓ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି କୃପା ଭିକ୍ଷା ଲାଭ କରିଥିଲେ ! ଏହି ବିଶ୍ଵଶାନ୍ତି ମହାଯଜ୍ଞରେ ନୟାଗଡ ଜିଲ୍ଲା ବିଜେପି ସଭାପତି ତାପସ କୁମାର ମାର୍ଥା, ସାଂସଦଙ୍କ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ,ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, କଂଗ୍ରେସ ନେତା ବିଭୂପ୍ରସାଦ ମିଶ୍ର, ରଣପୁର ବ୍ଲକ ବିଜେଡି ସଭାପତି ସଚିକାନ୍ତ ଷଡ଼ଙ୍ଗୀ, ସ୍ଥାନିୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଓ ସମିତି ସଭ୍ୟ ତପନ କୁମାର ପ୍ରଧାନ ପ୍ରମୁଖ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭୁ ଶ୍ରୀରାମ ଓ ଶ୍ରୀ ହନୁମାନଙ୍କ ଦର୍ଶନ କରି କୃପା ଭିକ୍ଷା ଲାଭ ସହିତ ଚରୁ ପ୍ରସାଦ ସେବନ କରିଥିଲେ ! ଏହି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସମାଗମ ଦେଖିବାକୁ ମିଳିଥିଲା ! ଏହି ବିଶ୍ଵଶାନ୍ତି ମହାଯଜ୍ଞକୁ ରାଜସୁନାଖଳା ଗ୍ରାମବାସୀ ବୃନ୍ଦ ଓ ଶ୍ରୀରଘୁନାଥ ଜୀଉ ମନ୍ଦିର ପରିଚାଳନା କମିଟିର ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି ସହଯୋଗ କରି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ! Categories: ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026