‘ମୋ ସରକାର’ କାର୍ଯ୍ୟକ୍ରମ – ହିଞ୍ଜିଳିକାଟୁ

ଓଡ଼ିଶା ତାଜା ନ୍ୟୁଜ (୨୨ ସେପ୍ଟେମ୍ବର ମଙ୍ଗଳବାର) ହିଞ୍ଜିଳିକାଟୁ : ପ୍ରଶାସନ କଳରେ ସ୍ୱଛତା, ବିଶ୍ୱାସନୀୟତା ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରେଙ୍କ ୫ଟି ଅଧିନରେ ବିଭିନ୍ନ ବିଭାଗ ସମେତ ପୁଲିସ ବିଭାଗକୁ ମୋ ସରକାରରେ ଅନ୍ତର୍ଭୁକ୍ତ କରାଯାଇଛି । ରାଜ୍ୟ ସରକାରଙ୍କ ଏଭଳି ଯୋଜନା ଉତମ ପରିଚାଳନା ସକାଶେ ପ୍ରୟାସ ଜାରୀ ରହିଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ପୁଲିସ ଆମ ପୁଲିସ ସମିତ ପକ୍ଷରୁ ସେମାବାର ସ୍ଥାନୀୟ ଥାନା ପୋଚିଲିମା ଓ ସେମାପୁର ଗ୍ରାମରେ ମୋ ସରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କନେଷ୍ଟବଳ ସରୋଜ ରଣସିଂଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସଂପୃକ୍ତ ଗ୍ରାମ ପଂଚାୟତର ସରଂପଚ ଭାଣ୍ଡି ରବିନ୍ଦ୍ର, ପିଇଓ ପୁର୍ଣ୍ଣଚନ୍ଦ୍ର ସାହୁ ମହଚାସୀନ ଥିଲେ ।

ଗ୍ରାମରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଜାତିଆଣ ବାସନ୍ଦ, ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ନେଇ ଗ୍ରାମରେ ଅଶନ୍ତ ସୃଷ୍ଟି ହେବା ସହ ବରିଷ୍ଟ ନାଗରିକଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପୁଲିସ ପ୍ରଶାସନ ସର୍ବଦା ପ୍ରସ୍ତୁତ ରହିଛି ବୋଲି ମତବ୍ୟକ୍ତ କରାଯାଇଥିଲା । ଗ୍ରାମରେ ଯେ କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ଏ ଦିଗରେ ଗ୍ରାମବାସୀଙ୍କ ସହାୟତାରେ ଆଲୋଚନା କରି ସମାଧାନର ପନ୍ଥା ନିର୍ଣ୍ଣୟ କରିବାକୁ କନେଷ୍ଟବଳ ରଣସିଂ କହିଥିଲେ । ପ୍ରତି ସପ୍ତାହରେ ଥରେ ଲେଖାଏଁ ମୋ ସରକାର ଯୋଜନା ମାଧ୍ୟମରେ ଆଲୋଚନା ଓ ବୈଠକ କରାଯିବ ବୋଲି କୁହାଯାଇଥିଲା । ମୋ ସରକାର କାର୍ଯ୍ୟକ୍ରମର ସଫଳ ରୂପାୟନ ସକାଶେ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ସହଯୋଗ କାମନା କରାଯାଇଥିଲା । (ହିଞ୍ଜିଳିକାଟୁ/ଶୁସାନ୍ତ ପ୍ରଧାନ)

Exit mobile version