ବାଇମୁଣ୍ଡି ବରିଷ୍ଠ ନାଗରିକ ସଂଘର ୭୭ତମ ଗଣତନ୍ତ୍ର ଦିବସ ପାଳିତ

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପ୍ରାତଃ ସକାଳ ସମୟରେ ବାଇମୁଣ୍ଡି ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଶତାବ୍ଦୀ ବିହାର, ବିଡାନାସୀ କାର୍ଯ୍ୟାଳୟ ଠାରେ ୭୭ତମ ଗଣତନ୍ତ୍ର ଦିବସ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ଗଙ୍ଗାଧର ବେହେରା ଙ୍କ ପୋଉରାହିତରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଏଥିରେ ସଂଗଠନର ମୁଖ୍ୟ ଉପଦେଷ୍ଟା ଡଃ ସିଦ୍ଧାର୍ଥ ଶଙ୍କର ସାହୁ ପତାକା ଉତ୍ତୋଳନ କରି ଆମ ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଗାଥା ଗାନ କରି ଥିଲେ ।

ମୁଖ୍ୟ ଅତିଥି ଭାବେ ଉତ୍କଳ ଭୂଷଣ ରାଉତରାୟ ଯୋଗ ଦେଇ ୨୦୨୬ ମସିହାରେ ୨୬ ଜାନୁୟାରୀର ୭୭ତମ ଗଣତନ୍ତ୍ର ଦିବସର ସଂଯୋଗ ବିଷୟରେ ଆଲୋକପାତ କରିଥିଲେ ଏବଂ ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ନକୁଳ ଚନ୍ଦ୍ର ମହାରଣାଙ୍କୁ ତାଙ୍କର ଉତ୍କର୍ଷ କଳା ପ୍ରଦର୍ଶନ ପାଇଁ ଉତ୍କଳ ସମ୍ମାନ-୨0୨୬ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଲକ୍ଷ୍ମୀଧର ମିଶ୍ର,ବସନ୍ତ କୁମାର ସେଠୀ (ଖ), ଲମ୍ବୋଦର ପାଣିଗ୍ରାହୀ, ରତ୍ନାକର ଜେନା, ରମେଶ ଚନ୍ଦ୍ର ଦାସ,

ରାଜ୍ କିଶୋର ଜେନା, ହୃଦାନନ୍ଦ ପଲେଇ, ଇତିଶ୍ରୀ ମହାନ୍ତି, ନମିତା ମହାନ୍ତି, ଅରୁଣ କୁମାର ଅଗ୍ରୱାଲ ପ୍ରମୁଖଙ୍କ ଯୋଗଦାନ କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀ ସୋମନାଥ ରାଉତଙ୍କ ସଂଯୋଜନାରେ ଅନୁଷ୍ଠାନର ଉପ ସଭାପତି ନିବାସ ଚନ୍ଦ୍ର ମିଶ୍ର ଯୁଗ୍ମ ସମ୍ପାଦକ ବିକ୍ରମ ଲେଙ୍କା, କୋଷାଧ୍ୟକ୍ଷ ଅଭୟ କୁମାର ସେଠୀ, ଜ୍ୟୋତି ଭୂଷଣ ଦାଶ, କୃଷ୍ଣ ଚନ୍ଦ୍ର ବଳ ,ବୀରେନ୍ଦ୍ର କୁମାର ସାହୂ ପ୍ରମୁଖ ପରିଚାଳନାରେ ଭାଗ ନେଇଥିଲେ ଏବଂ ଶେଷରେ ଯୁଗ୍ମ ସମ୍ପାଦକ ଶ୍ରୀ ବସନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version