Home ଓଡ଼ିଶା “ଓଡିଶା କର୍ମଚାରୀ ସଙ୍ଗଠନର ଇତିହାସ” ପୁସ୍ତକ ଉନ୍ମୋଚନ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡିଶା କର୍ମଚାରୀ ସଂଗଠନର ଇତିହାସ” ପୁସ୍ତକ ଉନ୍ମୋଚିତ ଅବସରରେ ବିଶିଷ୍ଠ ନେତୃତ୍ୱ ମାନଙ୍କ ପକ୍ଷରୁ ଘୋଷଣାସ୍ବାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟର ରାଜ୍ୟ କର୍ମଚାରୀ ସଂଗଠନ ମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଆନ୍ଦୋଳନ ସଂଗ୍ରାମ ଓ ଅଧିକାର ସାବ୍ୟସ୍ତ ନିମନ୍ତେ ପର୍ଯ୍ୟାୟ ଭିତ୍ତିକ କାର୍ଯ୍ୟକ୍ରମ ସହିତ ସାଂଗଠନିକ ବିଷୟ ବସ୍ତୁ ଓ ଘଟଣା ବଳୀ ଉପରେ ଆଧାରିତ ରାଜ୍ୟର କର୍ମଚାରୀ ଆନ୍ଦୋଳନର ପ୍ରଥମ ‘ଇତିହାସ’ ରାଜ୍ୟର ବିଶିଷ୍ଠ କର୍ମଚାରୀ ନେତା, ସ୍ଥମ୍ଭକାର ଓ ପ୍ରଶାସକ ଶ୍ରୀଯୁକ୍ତ ଦୁର୍ଗାଚରଣ ନାୟକଙ୍କ ଦ୍ବାରା ଲିଖିତ ଓ କର୍ମଚାରୀ ସାଂସ୍କୃତିକ ବିଚାର ମଞ୍ଚ ଦ୍ୱାରା ପ୍ରକାଶିତ ଓଡିଶା କର୍ମଚାରୀ ସଂଗଠନର ଇତିହାସ ପୁସ୍ତକ କଟକ ଯୋବ୍ରା ରୋଡ଼ ସ୍ଥିତ ଏସ.ଏନ.ସରକାର ମେମୋରିଆଲ ହଲ ଠାରେ ରାଜ୍ୟର ମଧ୍ୟ ବିତ୍ତ କର୍ମଚାରୀ ଆନ୍ଦୋଳନର ବିଶିଷ୍ଠ ନେତୃତ୍ୱ ଓ ଜୀବନବୀମା କର୍ମଚାରୀ ମାନଙ୍କର ପ୍ରତିଷ୍ଠିତ ନେତୃତ୍ୱ ଶ୍ରୀଯୁକ୍ତ ଗଜେନ୍ଦ୍ରନାଥ ମହାନ୍ତି ଙ୍କ କରକମଳରେ ଉନ୍ମୋଚିତ ହୋଇଛି ବୋଲି ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି, ଓଡିଶା ରାଜ୍ୟ ଅବସରପାପ୍ତ କର୍ମଚାରୀ ମହାସଂଘ ଓ କର୍ମଚାରୀ ସାଂସ୍କୃତିକ ବିଚାର ମଞ୍ଚ ପକ୍ଷରୁ ଭାନୁମତି ମହାନ୍ତି,ବିକାଶ ଚନ୍ଦ୍ର ମହାପାତ୍ର, ଗୋକୁଳାନନ୍ଦ ବେହେରା ଓ ଦ୍ଵାରିକାନାଥ ମହାନ୍ତି ଏକ ପ୍ରେସ ନୋଟ ରେ ପ୍ରକାଶ କରିଛନ୍ତି । କର୍ମଚାରୀ ସାଂସ୍କୃତିକ ବିଚାର ମଞ୍ଚର ସଭାପତି ଶ୍ରୀଯୁକ୍ତ ଉଦୟ ନାଥ ମହାପାତ୍ର ଆଜିର ଉନ୍ମୋଚନ ସଭାରେ ଅଧ୍ୟକ୍ଷତା କରିଥିଲେ । ଓଡ଼ିଶାର କର୍ମଚାରୀ ଓ ଶିକ୍ଷକ ମାନଙ୍କ ଦୀର୍ଘ ୮୦ବର୍ଷର ଆନ୍ଦୋଳନ କାର୍ଯ୍ୟକ୍ରମ ର ଇତିହାସକୁ ଆଧାର କରି ଆଜିର କାର୍ଯ୍ୟରତ କର୍ମଚାରୀ ଙ୍କୁ ସଂଗଠନ ମଧ୍ୟକୁ ଆଣି ଅନ୍ୟାୟ ଅତ୍ୟାଚାର ଓ ଅଧିକାର ଉପରେ ହେଉଥିବା ଆକ୍ରମଣ ବିରୁଦ୍ଧରେ ସଂଗ୍ରାମକୁ ଜୋରଦାର କରିବାକୁ ଉକ୍ତ ଇତିହାସ ପୁସ୍ତିକାଟି ସହାୟକ ହେବବୋଲି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଡ଼ଃ ସତ୍ୟ ରାୟ ତାଙ୍କ ବକ୍ତବ୍ୟରେ ସୂଚନା ଦେଇଥିଲେ । ଦେଶ ଓ ରାଜ୍ୟ ର ଜାତୀୟ ସମ୍ପତ୍ତିର ରକ୍ଷା, ନିଜର ଅଧିକାର ଓ ଦାବିକୁ ବିଭେଦଗ୍ରସ୍ତ କରି କର୍ମଚାରୀ ଆନ୍ଦୋଳନକୁ ଦ୍ବିଧାବିଭକ୍ତ କରିବା ଉଦ୍ଦେଶ୍ୟରେ ଜାତି, ଧର୍ମ, ବର୍ଣ୍ଣ ଓ ଅଂଚଳ ଆଦି ସ୍ପର୍ଶକାତର ପ୍ରସଙ୍ଗ ମାନ ଉତ୍ଥାପନ କରାଯାଉଛି । ଏହିସବୁ ବିଭେଦ କାମୀ ଚକ୍ରାନ୍ତକୁ ପରାସ୍ତ କରିବାକୁ ହେଲେ ଆମ୍ଭ ମାନଙ୍କୁ ଆମ୍ଭ ଆନ୍ଦୋଳନର ଇତିହାସ ପୃଷ୍ଠାକୁ ଦେଖି ପୂର୍ବସୁରୀଙ୍କ ପଦାଙ୍କ ଅନୁସରଣ କରି କର୍ମଚାରୀ ଓ ପେନସନ ଭୋଗୀଙ୍କ ମଧ୍ୟରେ ବ୍ୟାପକ ଏକତା ଗଢି ତୋଳି ବାକୁ କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଶ୍ରୀଯୁକ୍ତ ଅଭୟ କୁମାର ଦାସ ଆହ୍ୱାନ ଦେଇଥିଲେ । ଏହିକାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନୀୟ ବକ୍ତା ଶ୍ରୀ ପ୍ରତାପ ଚନ୍ଦ୍ର ଦାସ, ପ୍ରଫୁଲ୍ଲ କୁମାର ମହାପାତ୍ର, ଶ୍ରୀମତୀ ସାହୁ, ଲିଙ୍ଗରାଜ ମହାନ୍ତି, ଶ୍ରୀମତୀ ଝରଣା ଜେନା ଓ ରାଜ୍ୟର ବିଶିଷ୍ଠ ଶ୍ରମିକ ନେତା ରବିନାରାୟଣ ମଲ୍ଲିକ ଓ ନିର୍ମଳ ଚନ୍ଦ୍ର ଦାସ ସରକାରଙ୍କ ଦେଶ ସ୍ୱାର୍ଥ ନିରୋଧୀ ନୀତି ବିରୁଦ୍ଧରେ ୧୨ ଫେବୃଆରୀ ସଂଗଠିତ ହେବାକୁ ଯାଉଥିବା ସାଧାରଣ ଧର୍ମଘଟାକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ ।ପୁସ୍ତକର ଲେଖକ ଶ୍ରୀଯୁକ୍ତ ଦୁର୍ଗା ଚରଣ ନାୟକ ଓ ତାଙ୍କର ସହଯୋଗୀ ଶ୍ରୀମତୀ ସ୍ନିଗ୍ଧା ପଟନାୟକଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଟକ, ଭୁବନେଶ୍ୱର ସହିତ ସାରା ରାଜ୍ୟରୁ ଶତାଧିକ କର୍ମଚାରୀ ଓ ପେନସନର ଯୋଗ ଦେଇଥିବା ବିଷୟ ବିକାଶ ଚନ୍ଦ୍ର ମହାପାତ୍ର ଜଣାଇ ଛନ୍ତି । Categories: ଓଡ଼ିଶା, କଟକ, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026