Home ଓଡ଼ିଶା ବିଶ୍ବ ନାଟ୍ୟ ମେଳାରେ ୩ ଓଡ଼ିଆ ନାଟକକୁ ୧୫ ଜାତୀୟ ପୁରସ୍କାର by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଥିଏଟର ମୁଭ୍ ମେଣ୍ଟ୍, କଟକ ପକ୍ଷରୁ କଳାବିକାଶ କେନ୍ଦ୍ର ରଙ୍ଗ ମଞ୍ଚରେ ହୋଇଥିବା ଚଳିତ ୨୮ତମ ବିଶ୍ବ ନାଟ୍ୟ ମେଳା ଓ ଜାତୀୟ ନାଟକ ଉତ୍ସବରେ ଚିଲିକା ବାଣପୁର ଅଞ୍ଚଳର ୩ଟି ଅନୁଷ୍ଠାନ ଦ୍ଵାରା ଭାଗ ନେଇଥିବା ୩ଟି ଓଡ଼ିଆ ନାଟକ ୧୫ଟି ପୁରସ୍କାର ଲାଭ କରି ଅଞ୍ଚଳ ପାଇଁ ଗୈ।ରବ ଆଣି ଦେଇଛି । ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ରଚିତ , କଳିଙ୍ଗ କନ୍ୟା କଳା ପରିଷଦ, ବାଣପୁର ଦ୍ଵାରା ଉପସ୍ଥାପିତ ଏବଂ ପ୍ରମୋଦ କୁମାର ସ୍ଵାଇଁ ଙ୍କ ନିର୍ଦ୍ଦେଶିତ ନାଟକ ଅହିନନ୍ଦିନୀ କୁ ୧ମ ଶ୍ରେଷ୍ଠ ପୁରସ୍କାର, ୩ୟ ଶ୍ରେଷ୍ଠ ଭାଷା ଭିତ୍ତିକ ନାଟକ ପୁରସ୍କାର, ଶ୍ରେଷ୍ଠ ରୂପ ବିନ୍ୟାସ ପୁରସ୍କାର, ଶ୍ରେଷ୍ଠ ଆଲୋକ ସମ୍ପାତ ପୁରସ୍କାର,ନଗଦ ଅର୍ଥ ରାଶି ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀ ଅଧ୍ୟକ୍ଷ ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀ ସମ୍ପାଦକ ପୁରସ୍କାର ମିଳିଥିବା ବେଳେ ଚିଲିକା ବ୍ଲକ ଅନ୍ତର୍ଗତ ପଲ୍ଲବୀ ନାଟ୍ୟ କଳା ପରିଷଦ, ଘିଅଖଲା ମଠପୁର ଦ୍ଵାରା ପରିବେଷିତ , ଅଶୋକ କୁମାର ପ୍ରଧାନ ଙ୍କ ରଚିତ ଏଵଂ ପ୍ରୃଥ୍ଵୀଧର ପ୍ରଧାନ ଙ୍କ ନିର୍ଦ୍ଦେଶିତ ଶିଶୁ ନାଟକ ଅନ୍ଧ ଭକ୍ତିକୁ ଶ୍ରେଷ୍ଠ ପାଣ୍ଡୁଲିପି ପୁରସ୍କାର,୨ୟ ଶ୍ରେଷ୍ଠ ଭାଷା ଭିତ୍ତିକ ନାଟକ ପୁରସ୍କାର, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପୁରସ୍କାର,୨ୟ ଶ୍ରେଷ୍ଠ ପ୍ରଯୋଜନା ପୁରସ୍କାର , ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ (ପରୀ ବେହେରା) ପୁରସ୍କାର,୨ୟ ଶ୍ରେଷ୍ଠ ଶିଶୁ ଅଭିନେତା (ବୈଷ୍ଣବ ଯୁଝାର ସିଂହ) ପୁରସ୍କାର ମିଳିଛି । ସେହିପରି ବାଲୁଗାଁ ସ୍ଥିତ ଡିଏଭି ଗୁରୁ କୁଳ ଦ୍ଵାରା ପରିବେଷିତ ସମକାଳୀନ ନାଟକ ଆଉ ଏକ ରେବତୀ କୁ ଶ୍ରେଷ୍ଠ ପ୍ରଯୋଜନା ଭିତ୍ତିକ ନାଟକ,୨ୟ ଶ୍ରେଷ୍ଠ ଭାଷା ଭିତ୍ତିକ ନାଟକ ଏବଂ ୩ୟ ଶ୍ରେଷ୍ଠ ସମକାଳୀନ ନାଟକ ପୁରସ୍କାର ଲାଭ କରିଛି । ଏହି ସମସ୍ତ ନାଟକର ସଫଳତା ପାଇଁ ଅଞ୍ଚଳର ବହୁ ସାରସ୍ଵତ ଓ ସାଂସ୍କୃତିକ ସଂଗଠନ ସହ ପ୍ରମୁଖ ସାହିତ୍ୟ ଅନୁଷ୍ଠାନ ଚିଲିକା ସାହିତ୍ୟ ସମାଜ ନାଟ୍ୟକାର, ନିର୍ଦ୍ଦେଶକ, କଳାକାର ଓ ରଙ୍ଗ କର୍ମୀ ମାନଙ୍କୁ ଉଚ୍ଛ୍ଵସିତ ଅଭିନନ୍ଦନ ଜଣାଇଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026