ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ଚାହାଳୀଙ୍କ ଆନୁକୁଲ୍ୟରେ ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖା “ବନ୍ଦେ ମାତରମ” ର ୧୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ପାଇଁ ଏକ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଅତିଥି ମାନଙ୍କୁ ଉପଢୌକନ ଓ ବୃକ୍ଷ ଦେଇ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରୀ ଅର୍ଚ୍ଚିତା ଆଚାର୍ଯ୍ୟ “ବନ୍ଦେ ମାତରମ୍” ଗାନ କରିଥିଲେ । ବିଦ୍ୟାଳୟ ପଞ୍ଚସଖା ସେତୁ ସମ୍ପାଦକ ଜ୍ଞାନ ପ୍ରକାଶ ବାରିକ ଅତିଥି ପରିଚୟ ଏବଂ କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ମୁଖ୍ୟ ବକ୍ତା ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଉମାର୍ ମାଲିକ ଜାତୀୟ ଶିକ୍ଷାନୀତି – ୨୦୨୦ ର ଶିକ୍ଷ୍ୟା, ସଂସ୍କୃତି ଓ କୌଶଳ ମନ୍ତ୍ରକୁ ବୁଝାଇଥିଲେ ।

