ରାଜସୁନାଖଳା ସରସ୍ଵତୀ ଶିଶୁ ମନ୍ଦିରର ତ୍ରିଂଶତମ ବାର୍ଷିକ ଉତ୍ସବ

ସରସ୍ଵତୀ ଶିଶୁ ମନ୍ଦିର ହେଉଛି ବାସ୍ତବ ମଣିଷ ତିଆରି କାରଖାନା”ଶିକ୍ଷା ଦେଶ ବିକାଶ ଗଠନର ଚାବିକାଠି

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରସ୍ବତୀ ଶିଶୁ ମନ୍ଦିରର ତ୍ରିଂଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ବିଚିତ୍ର କୁମାର ରଥଙ୍କ ଆବାହକତ୍ୱରେ ମଙ୍ଗଳ ବାରଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ତଥା ଅଧ୍ୟାପକ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ,

ମୁଖ୍ୟବକ୍ତା ଭାବେ ସହପ୍ରାନ୍ତ ପ୍ରଚାରକ ତଥା ଉତ୍କଳପ୍ରାନ୍ତ ରାଷ୍ଟ୍ରୟ ସ୍ୱୟଂ ସେବକ ସଂଘ ବରିଷ୍ଠ ସଦସ୍ୟ ଅସିତ କୁମାର ସାହୁ ଓ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ,ପରିଚାଳନା ସମିତିର ସମ୍ପାଦକ କବିକେତନ ଗୌର ଚରଣ ସାମନ୍ତସିଂହାର, ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ସମିତି ସଭ୍ୟ ତପନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଭାରତମାତା ଓ ସରସ୍ବତୀଙ୍କ ଫଟୋ ଚିତ୍ରରେ ଫୁଲ,

ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷା ଅନୁଷ୍ଠାନର ସଭାପତି ଅଧ୍ୟlପକ ପ୍ରଶାନ୍ତ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ବିଚିତ୍ର କୁମାର ରଥ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ସମ୍ପାଦକ କବିକେତନ ଗୌର ଚରଣ ସାମନ୍ତସିଂହାର ବାର୍ଷିକ ବିବରଣୀ ପଠନ କରିଥିଲେ।

ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।ସମସ୍ତ କୃତୀ ପ୍ରତିଯୋଗି ଛାତ୍ର ଛାତ୍ରୀ, ସ୍କୁଲ ପରିଚାଳନା କମିଟି ପୂର୍ବତନ/ବର୍ତମାନ ସଦସ୍ୟ,ସମସ୍ତ ଗୁରୁଜୀ,ଗୁରୁମା, ପରିବହନ କାରି ଗାଡିଚାଳକ,ଥାନା କର୍ମଚାରୀ ଓ ସାମ୍ବାଦିକମାନକୁ ସରସ୍ବତୀ ଶିଶୁ ମନ୍ଦିର ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା। ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା !


ସରସ୍ଵତୀ ଶିଶୁ ମନ୍ଦିର ହେଉଛି ବାସ୍ତବ ମଣିଷ ତିଆରି କାରଖାନା ଓ ଶିକ୍ଷା ଦେଶ ବିକାଶ ଗଠନର ଚାବିକାଠି ବୋଲି ମୁଖ୍ୟଅତିଥି ସୁରମା ପାଢ଼ୀ ଅଭିଭାଷଣରେ କହିଥିଲେ ! ଏହି କାର୍ଯ୍ୟକ୍ରମକୁ ପରିଚାଳନା କମିଟି କୋଷlଧ୍ୟକ୍ଷ ଯଦୁନାଥ ସାମନ୍ତରାୟ , ସସ୍ମିତା ମହାପାତ୍ର ଗୀତାଞ୍ଜଳି ସେଠୀ,ସହପ୍ରଧାନ ଆଚାର୍ଯ୍ୟ ବୈକୁଣ୍ଠ ନାଥ କର ,ନିରଞ୍ଜନ ପ୍ରସାଦ ଦାସ, ସୁଶୀଲ ସାହୁ,ପ୍ରଶାନ୍ତ ଚିନରା, ସସ୍ମିତା ମହାପାତ୍ର,

ରଶ୍ମିତା ପାଇକରାୟ, ସ୍ଵର୍ଣ୍ଣଲତା ଦେଇ, ସୌଦାମିନୀ ଦେବୀ ସୁପ୍ରଭା ରଥ, ମାତୃଭାରତୀ ସମିତି, ବିଦ୍ୱତ ପରିଷଦ ସଦସ୍ୟ, ଅନୁଷ୍ଠାନର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଉପସ୍ଥିତରହି ସହଯୋଗ କରି ପରିଚାଳନା କରିଥିଲେ।ପରିଶେଷରେ ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ କୁମାର ତ୍ରିପାଠୀ ସମସ୍ତଙ୍କର ନିରୋଗ ଜୀବନ କାମନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version