ରାଜସୁନାଖଳାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ଫ୍ରେଣ୍ଡସ ସ୍ପୋର୍ଟସ କ୍ଳବ୍ ଆନୁକୁଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଧାରଣତନ୍ତ୍ର ଦିବସ ରାଜସୁନାଖଳା ମହୋତ୍ସବ ପଡିଆରେ ସୋମବାର ଦିନ ମହାଆଡମ୍ବର ସହ ପାଳିତ ହୋଇଯାଇଛି।

ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଭାବେ ଓଡ଼ିଶାର ତଥା ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବାଚସ୍ପତି ସୁରମା ପାଢୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ଓ ସମିତି ସଭ୍ୟ ତପନ କୁମାର ପ୍ରଧାନପ୍ରମୁଖ ଯୋଗଦେଇଥିଲେ । ପରେ ଜାତୀୟ ସଙ୍ଗୀତ ଗାନ କରାଯାଇ ।

ଭାରତ ମାତା କି ଜୟ ଧ୍ବନିରେ ଚତୁର ଦିଗ ପ୍ରକମ୍ପିତ ହୋଇ ଉଠିଥିଲା। ଅତିଥିଙ୍କୁ ପାଛୋଟି ନେବା ପାଇଁ ମାସ୍ ପ୍ୟାରେଡର ସୁବ୍ୟବସ୍ଥା କରାଯାଇ ଥିଲା। ଏହି ପ୍ୟାରେଡରେ ୧୮ଗୋଟି ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା କୃତ୍ତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ।

ଫ୍ରେଣ୍ଡସ କ୍ଳବର ସଦସ୍ୟ ବଲ୍ଳଭ ପ୍ରଧାନ ସମ୍ବିତ କୁମାର ସାହୁ, ସୁଜିତ କୁମାର ସାହୁ ମଞ୍ଚ ପରିଚାଳନ କରିଥିଲେ ! ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ରାଜସୁନାଖଳାର ସମସ୍ତ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ସାଧାରଣତନ୍ତ୍ର ପ୍ୟାରେଡ କାର୍ଯ୍ୟକ୍ରମକୁ ଫ୍ରେଣ୍ଡସ କ୍ଳବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ !

ଆସନ୍ତା ଅଗଷ୍ଟ ୧୫ ପ୍ୟାରେଡ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ ସହିତ ସରସ ସୁନ୍ଦର କରିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ ! ଏହି ଅବସରରେ ମୁଖ୍ୟଅତିଥି ବାଚସ୍ପତି ଶ୍ରୀମତୀ ପାଢ଼ୀ ମହୋତ୍ସବ ପଡିଆରେ ଥିବା ଦୁଇଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଓ ରଘୁନାଥପୁର ଗ୍ରାମସ୍ଥିତ ନୂତନ କଲ୍ୟାଣ ମଣ୍ଡପ ଉଦ୍ଘାଟନ କରିଥିଲେ l

Exit mobile version