Home ଓଡ଼ିଶା ବ୍ଲକ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ରାମନାଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବ୍ଲକ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଥମେ ବ୍ଲକ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ ପରେ ରାୟଗଡା ଜିଲ୍ଲା ରାମନାଗୁଡ଼ା ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିଲା।ପ୍ରଥମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅଧ୍ୟକ୍ଷ ପଞ୍ଚାୟତ ସମିତି ରବି ଶଙ୍କର ଗମାଙ୍ଗ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ଶିଶୁ ବିକାଶ ଯୋଜନା ଅଧିକାରୀ ଅଞ୍ଜଳି ମହାପାତ୍ର ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ,କର୍ମଚାରୀ,ସରପଞ୍ଚ,ସମିତି ସଭ୍ୟ, ଗଣମାଧ୍ୟମ ପ୍ରତିନିଧି,ସ୍ଥାନୀୟ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀ ଓ ଜନ ସାଧାରଣ ସମବେତ ଜାତୀୟ ସଙ୍ଗୀତ ଗାନ କରିଥିଲେ।ପରେ ଅତିଥି ମାନେ ସମ୍ମିଳିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ସେହିପରି ରାମନାଗୁଡ଼ା ବ୍ଲକ ସଦର ମହକୁମା ରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ଗଗନ ବିହାରୀ ଆଚାର୍ଯ୍ୟ ପତାକା ଉତ୍ତୋଳନ କରିଥିବା ବେଳେ ସ୍ଥାନୀୟ ଆରୀୟନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସାମାଜିକ କର୍ମୀ ପି ବେଣୁ ଗୋପାଳ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଛାତ୍ରୀ ଛାତ୍ରୀ ମାନଙ୍କ ଦ୍ୱାରା ଅଭିବାଦନ ଗ୍ରହଣ କରିଥିଲେ। ଅପରପକ୍ଷରେ ବ୍ଲକ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର କାର୍ଯ୍ୟକ୍ରମ ରେ ଗ୍ରାମାଞ୍ଚଳର ଯୁବକ ଯୁବତୀ ଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ଜିଲ୍ଲା ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ରାମନାଗୁଡ଼ା, ହାଡୁଗୁଡ଼ା, କୁଜେନ୍ଦ୍ରି ଓ ଗୁମୁଡା ଈ ଲାଇବ୍ରେରୀ ଦାୟିତ୍ଵ ରେ ଥିବା ମହିଳା ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ କୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀ ଦେଶାତ୍ମବୋଧକ ସଙ୍ଗୀତରେ ନୃତ୍ୟ ଓ ପିରାମିଡ୍ ପରିବେଷଣ କରିଥିଲେ। ଏହି ଅବସର ରେ ସମସ୍ତ ନୃତ୍ୟ ଦଳ ଓ ପ୍ୟାରେଡ ଟିମ୍ କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁସ୍ମିତା ରଥ,ଯୋଗାଣ ଅଧିକାରୀ ଶଙ୍କର ବେହେରା,ଏପିଓ ଅକ୍ଷୟ ମହାନ୍ତି ,ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଥୋମାସ ତାଣ୍ଡାସି, ବି କ୍ଷୀରୋଦ ପ୍ରମୁଖ ସହଯୋଗ କରିଥିଲେ।ଶିକ୍ଷକ ଅଶ୍ଵିନୀ ତ୍ରିପାଠୀ ଓ ଅକ୍ଷୟ କୁମାର ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ।ଶେଷରେ ଯୋଗାଣ ଅଧିକାରୀ ଶଙ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026