ବିରିଡି ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଉପରିସ୍ଥ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l

ଆଜି ମୋଟ 43 ଟି ଅଭିଯୋଗ ପଞ୍ଜିକୃତ କରାଯାଇ ସେଗୁଡିକର ଶୁଣାଣି କରିଥିଲେ l ସେଥି ମଧ୍ୟରୁ ବ୍ୟକ୍ତିଗତ 31 ଟି, ଗୋଷ୍ଠିଗତ 12 ଟି, ବ୍ୟକ୍ତିଗତ ମଧ୍ୟରୁ ରାସନ କାର୍ଡ 1, ଆବାସ 1,ଜମିଜମା 9,ଭତ୍ତା 6,ପୋଲିସ ସହାୟତା 1,ଅନ୍ୟାନ୍ୟ 8 ଟି, ଅଭିଯୋଗର ଶୁଣାଣି କରାଯାଇଥିଲା 5 ଟି ଅଭିଯୋଗ ତତ୍କାଳ ସମାଧାନ କରାଯାଇଥିଲା l

ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରବିନାରାୟଣ ଜେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟ ବ୍ରତ ଦାଶ, ବିଡ଼ିଓ ଆୟୁଷି ପତି, ତହସିଲଦାର ପ୍ରିନକିଲ ପରିଡା, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷତ୍ରିୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣ ଙ୍କ ଅଭିଯୋଗର ଶୁଣାଣି କରିଥିଲେ l

Exit mobile version