୭୭ ତମ ସାଧାରଣତନ୍ତ୍ର ଦିବସରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଗୌରବାନ୍ୟୁତ ବିଜୟ

ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ୭୭ତମ ସାଧାରଣତନ୍ତ୍ର ଦିବସ – ୨୦୨୬ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । କିନ୍ତୁ ଗର୍ବ ଏବଂ ଗୌରବର ବିଷୟ ଏହିକି ଯେ, ପ୍ୟାରେଡ୍‌ରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ ମଧ୍ୟ ବନବାସୀ ସେବା ସମିତି,

ବାଲିଗୁଡ଼ା ଦ୍ଵାରା ପରିଚାଳିତ ରେଡ୍ କ୍ରସ ଦୃଷ୍ଟିବାଧିତ ବିଦ୍ୟାଳୟ, ବାଲିଗୁଡ଼ା ର ପ୍ୟାରେଡ୍ ଗ୍ରୁପ୍ ସାଧାରଣ ବର୍ଗର ପିଲାମାନଙ୍କ ସହ ପ୍ରତିଦ୍ଵନ୍ଦିତା କରି ସିନିୟର ସ୍ତରରେ ପ୍ୟାରେଡ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ସେମାନଙ୍କ ଧୈର୍ଯ୍ୟ ଓ ନିଷ୍ଠା ଆଜି ସେମାନଙ୍କୁ ସଫଳତା ପ୍ରଦାନ କରିଛି ।

ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ​ପୁରସ୍କାର ପାଇଥିବାରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମକର୍ତ୍ତା ଖୁସି ବ୍ୟକ୍ତ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

Exit mobile version