ବାଙ୍କୀ ବଣିକ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ବାଙ୍କୀ, (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବାଙ୍କୀ ବଣିକ ସଂଘ ଆନୁକୁଲ୍ୟରେ ବାଙ୍କୀ ବଜାର ନୃସିଂହ ଛକ ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସଂଘର ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର,

ସଂପାଦକ ଶ୍ରୀନିବାସ ବେହେରା, ଉପଦେଷ୍ଟା ସମରେନ୍ଦ୍ର ମହାପାତ୍ର ପ୍ରମୁଖ ସମସ୍ତ ସଭ୍ୟ ଉପସ୍ଥିତ ରହି ଜାତୟ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସର ମହତ୍ୱ ଓ ଗୁରୁତ୍ୱ ସଂପର୍କରେ ମତପ୍ରକାଶ କରିଥିଲେ ।

Exit mobile version