ବାଙ୍କୀ କଲେଜ ଲକ୍ଷ୍ମୀନାରାୟଣ ମୋଦୀ ଛାତ୍ରାବାସରେ ସାଧାରଣତନ୍ତ୍ର ଦିବସ ପାଳିତ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଲକ୍ଷ୍ମୀନାରାୟଣ ମୋଦୀ ଓ ହରିଜନ ଆଦିବାସୀ ଛାତ୍ରାବାସର ମିଳିତ ଆନୁକୁଲ୍ୟରେ ଛାତ୍ରାବାସ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାହରରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଛାତ୍ରାବାସର ତତ୍ତ୍ୱାବଧାରକ ଡକ୍ଟର ଶ୍ରୀକାକନ୍ତ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଆୟୋଜିତ ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଅଧ୍ୟାପକ ଡକ୍ଟର ପ୍ରଦୀପ ଦେବତା, ଅଧ୍ୟାପକ ଚିନ୍ମୟଚିତ୍ତରଞ୍ଜନ, ରଞ୍ଜିତ କୁମାର ରାଉତ ପ୍ରମୁଖ ଯୋଗଦାନ କରି ଛାତ୍ରମାନେ ଗଣତନ୍ତ୍ରର ସୁରକ୍ଷା ଓ ବିକଶିତ ଭାରତ ହେବାର ସ୍ୱପ୍ନକୁ ପୁରଣ କରିବା ଦିଗରେ ଛାତ୍ରମାନେ ଆଗେଇ ଆସିବା ଦରକାର ବୋଲି ଅତିଥିମାନେ କହିଥିଲେ ।

Exit mobile version