କଳା,ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସାଧାରଣତନ୍ତ୍ର ଦିବସ ପାଳନ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୁଲ୍ୟରେ ୭୭ତମ ସାଧାରଣତନ୍ତ୍ର ଦିବସ ବାଙ୍କୀ ସହରସ୍ଥ କବିଚନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଉପସଭାପତି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅୟୋଜିତ କାର୍ଯ୍ୟକ୍ରମରେ ବିଜୟ କୁମାର ଦିକ୍ଷୀତ୍‌, ଜ୍ଞାନେନ୍ଦ୍ର ମୋହନ ମିଶ୍ର, କୌଶିକ ନାୟକ, ମହେଶ ନାୟକ ,କୁମର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜାତୟ ସଂଗୀତ ଗାନ କରିବା ସହିତ ନୃତ୍ୟ ପରିବେଷଣ କରାଯାଇଥିଲା ।

Exit mobile version