Home ଓଡ଼ିଶା ବାଙ୍କୀ କଲେଜରେ ସାଧାରଣତନ୍ତ୍ର ଦିବସ ପାଳନ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରି କହିଥିଲେ ଭାରତ ଦେଶ ଏକ ଘଡି ସନ୍ଦି ମୁହୂର୍ତ୍ତ ଦେଇ ଗତି କରୁଛି । ଦେଶର ଅଖଣ୍ଡତା ଓ ସମ୍ବିଧାନ ପ୍ରଣେତାମାନଙ୍କ ବଳିଦାନ ଦେଇଥିବା ମହାପୁରୁଷମାନଙ୍କ ତ୍ୟାଗ ଓ ସାହସକୁ ପ୍ରଶଂସା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଗାୟତ୍ରୀ ନାୟକ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପୁରୁଷ ଅଧିକାରୀ ନରେଶ କୁମାର ବେହେରା, ମହିଳା ଏନ୍.ସି.ସି ବାହିନୀର ଅଧିକାରିଣୀ ଅଧ୍ୟାପିକା ସାଗରିକା ଦାସ, ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ , ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଯୋଗୀନାଥ ମଳିକ, ରୋଭର ଲିଡର ଭୂପତି ଭୂଷଣ ପ୍ରଧାନ, ରେଡକ୍ରସ ଅଫିସର ଅଧ୍ୟାପିକା ସରସ୍ୱତୀ ଦେଉରୀ, ଡକ୍ଟର ଶ୍ରୀକାନ୍ତ ଦାଶ, କ୍ରୀଡା ଅଧ୍ୟାପକ ରବିନାରାୟଣ ପ୍ରଧାନ, ଡକ୍ଟର ପ୍ରଦୀପ କୁମାର ଦେବତା, ଅଧ୍ୟାପିକା ଜ୍ୟୋର୍ତିମୟୀ ପାଢୀ ପ୍ରମୁଖ ଯୋଗଦାନ କରି ସାଧାରଣତନ୍ତ୍ର ଦିବସ ପାଳନକୁ ସଫଳ କରିଥିଲେ । ଏହିି ଅବସରରେ କଲେଜ ପରିସରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026