Home ଓଡ଼ିଶା ବାଙ୍କୀ ଉପଖଣ୍ଡସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀ ଉପଖଣ୍ଡରେ କଚେରୀ ପଡିଆ ଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାହୋରରେ ପାଳିତ ହୋଇଯାଇଛି । ବାଙ୍କୀ ଉପଜିଲ୍ଲା ପାଳ ପ୍ରଣବ କୁମାର ବେହେରା ସକାଳ ୮ଘଣ୍ଟା ୪୫ମିନିଟ୍ ସମୟରେ କଚେରୀ ପଡିଆ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି କହିଲେ ଯେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହୁର, ନେତାଜୀ ସୁବାଷ ଚନ୍ଦ୍ର ବୋଷ , ସର୍ଦ୍ଦାର ପଟେଲ, ମୌଲାନା ଆଜାଦ୍ , ଡ.ବିଆର ଆମ୍ବେଦକର, ଡ.ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣୀ ପଣ୍ଡି ଗୋପବନ୍ଧୁ ଦାଶ, ନବକୃଷ୍ଣ ଚୌଧୁରୀ, ଶହୀଦ୍ ଲକ୍ଷ୍ମଣ ନାୟକ, ବାଙ୍କୀ ରାଣୀ ଶୁକଦେଈ, ପଣ୍ଡିତ ଗୋବିନ୍ଦ ରଥ, ନୀଳମଣି ବିଦ୍ୟାରତ୍ନଙ୍କ ପରି ମହାନ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଦେଶର ଶାନ୍ତି , ସୁରକ୍ଷା ପାଇଁ ଶହୀଦ୍ ହୋଇଥିବା ଜବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାଧାରଣତନ୍ତ୍ର ରାଷ୍ଟ୍ରଭାବେ ଭାରତର ସମ୍ବିଧାନ ପ୍ରଣୟନ କରିବାରେ ନିଜର ଉତ୍ସର୍ଗିକୃତ ପ୍ରଚେଷ୍ଟା ପାଇଁ ସମ୍ବିଧାନ ପ୍ରଣେତାମାନଙ୍କୁ ଆଜିର ଏହି ପବିତ୍ର ଦିବସ ଅବସରରେ ଉପଜିଲ୍ଲାପାଳ କୃତଜ୍ଞତା ଜଣାଇଥିଲେ । ଆଜିର ଏହି ସ୍ମରଣୀୟ ଦିବସରେ ରାଷ୍ଟ୍ରର ସାର୍ବଭୌମତ୍ୱ, ସମ୍ବିଧାନର ସମ୍ମାନ ଓ ଏହାର ମୂଲ୍ୟବୋଧ ଏବଂ ନୀତିଗୁଡିକୁ ବଜାୟ ରଖିବା ନିମନ୍ତେ ସମସ୍ତେ ଶପଥ ନେବା ପାଇଁ ଉପଜିଲ୍ଲାପାଳ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥିଙ୍କୁ ବାଙ୍କୀ ପୋଲିସ ପକ୍ଷରୁ ସଲାମୀ ପ୍ରଦର୍ଶିତ କରାଯାଇ ମଞ୍ଚ ନିଟକୁ ପାଛୋଟି ନିଆଯାଇଥିଲା । ବାଙ୍କୀ ଉପଖଣ୍ଡ ସୂଚନା ଲୋକସଂପର୍କ ଅଧିକାରୀ କାଳିଚରଣ ତ୍ରିପାଠଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟ କ୍ରମରେ ଆଡ୍ଭୋକେଟ୍ ଧର୍ମପ୍ରସାଦ ମଙ୍ଗରାଜ କାର୍ଯ୍ୟ ସଂଚଳାନ କରିଥିôଲେ । ସକାଳ ୪.୩୦ମିନିଟରୁ ୫.୩୦ମିନିଟ୍ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ବାଙ୍କୀ ଏନ୍.ଏ.ସି ଅଞ୍ଚଳରେ ରାମଧୂନ ପ୍ରଚାର କରାଯାଇଥିଲା । ସକାଳ ୭ଘଟିକା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋବିନ୍ଦ ରଥ, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ , ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶ ଓ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଉପଜିଲ୍ଲାପାଳ ଶ୍ରୀ ବେହେରା ମାଲ୍ୟାର୍ପଣ କରିଥିଲେ । ଶେଷରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାତୀୟ ପତାକା ଉତ୍ତୋଳନ ପରେ ପ୍ୟରେଡ୍ ପଡିଆରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ପ୍ୟାରେଡରେ ବରିଷ୍ଠ ବିଭାଗରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ବାଳକ, କନିଷ୍ଠ ବିଭାଗରେ ବି.କେ.ବି ଆକାଶ ବାହିନୀ, ସଭିଲିଆନ୍ରେ ଆମ୍ବେଦକର ଛାତ୍ରାବାସ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିିତୀୟ ସ୍ଥାନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କନିଷ୍ଠ ତୃତୀୟ ଏବଂ ଶାନ୍ତିଶୃଙ୍ଖଳାରେ ବରିଷ୍ଠ ବାଳିକା ସମରଶିକ୍ଷାର୍ଥୀ ବାହିନୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦ ଶ୍ରେଷ୍ଠ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସୂଚନା ବିଭାଗ କର୍ମଚାରୀ ସୁଦର୍ଶନ ବେହେରା କାର୍ଯ୍ୟରେ ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026