କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଟକ କଳାବିକାଶ କେନ୍ଦ୍ର ରଙ୍ଗମଞ୍ଚ ରେ ଥିଏଟର ମୁଭ୍ ମେଣ୍ଟ୍ ପକ୍ଷରୁ ଆୟୋଜିତ ଚଳିତ ଜାତୀୟ ଓ ଆନ୍ତର୍ଜାତୀୟ ନାଟ୍ୟ ମହୋତ୍ସବରେ ଅଶୋକ କୁମାର ପ୍ରଧାନ ଙ୍କ ରଚିତ ଏଵଂ ପ୍ରୃଥ୍ଵୀଧର ପ୍ରଧାନ ଙ୍କ ନିର୍ଦ୍ଦେଶିତ ତଥା ପଲ୍ଲବୀ ନାଟ୍ୟ କଳା ପରିଷଦ ଉପସ୍ଥାପିତ ସମକାଳୀନ ଶିଶୁ ନାଟକ ଅନ୍ଧଭକ୍ତି ମଞ୍ଚସ୍ଥ ହୋଇଯାଇଛି । କୁସଂସ୍କାର, ଅନ୍ଧବିଶ୍ୱାସ ସମ୍ପ୍ରତି କିଭଳି ଗ୍ରାମୀଣ ଜନ ଜୀବନ ରେ ମଧ୍ୟ ରହିଯାଇ ତାର କୁପ୍ରଭାବ ରେ ସାଧାରଣଙ୍କୁ କବଳିତ କରି ରଖିଛି ତାହା ହିଁ ନାଟକର ମୁଖ୍ୟ ବାର୍ତ୍ତା ।
