ନୂତନ ବର୍ଷରେ ନୂତନ ଉଦୀପନା – ମନ୍ତ୍ରୀ ଅରୁଣ ସାହୁ ।

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା -୧.୧.୨୦୨୦ :-  ଆଜି ଇଂରାଜୀ ନୂତନ ବର୍ଷ ଉପଲକ୍ଷେ ଦିନ ଯାକ ଲୋକସେବା ଭବନ ଠାରେ ନେତା, ମନ୍ତ୍ରୀ, ପ୍ରଶାସକ ଙ୍କ ଗହଳି ଲାଗିବାରେ ଥିଲା। ମନ୍ତ୍ରୀଙ୍କ କୋଠରୀ ଠାରୁ ଆରମ୍ଭ କରି ସମସ୍ତ ବିଭାଗ ରେ ପ୍ରବଳ ଗହଳି ଲାଗିବାରେ ଥିଲା ବେଳେ ମନ୍ତ୍ରୀ ଅରୁଣ ସାହୁ ଙ୍କ କୋଠରୀ ଖାଁ ଖାଁ ଥିଲା । ବୁଝିବାରୁ ଜଣାଗଲା ମନ୍ତ୍ରୀ ଅରୁଣ ସାହୁ ସକାଳ ୧୦ ଘଟିକା ସମୟ ରେ କୃଷି ଭବନ ଠାରେ ପଂହଁଚି ସଚିବଙ୍କ ଠାରୁ ଆରମ୍ଭ କରି ତଳ ସ୍ତରର ଅଧସ୍ତନ କର୍ମଚାରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ କୋଠରୀକୁ ନିଜେ ଯାଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ କିପରି କୃଷି ବିଭାଗ ଆହୁରି ଆଗକୁ ଯାଇପାରିବ , 5T ଓ ମୋ ସରକାର କାର୍ଯ୍ୟକ୍ରମ ବ୍ୟାପକ କରାଯାଇପାରିବ ଉପଦେଶ ଦେଉଥିଲେ। ତାପରେ ମନ୍ତ୍ରୀ ଅରୁଣ ସାହୁ ଯାଇଥିଲେ ଲୋକସେବା ଭବନ ଠାରେ ଥିବା ଉଚ୍ଚ ଶିକ୍ଷା ବିଭାଗକୁ ।

ସେଠି ମଧ୍ୟ ସମାନ ଢଙ୍ଗରେ ଶୁଭେଚ୍ଛା ଜଣାଇବା ସହିତ ବିଭାଗ ତରଫରୁ ଅଙ୍କାଯାଇଥିବା ଝୋଟିକୁ ଦେଖି ବିମୋହିତ ହୋଇ ବିଭାଗ ତରଫରୁ ଦେଇଥିବା ବାର୍ତା କୁ ପ୍ରଶଂସା କରିଥିଲେ । ଶେଷରେ ମତ୍ସ ବିଭାଗ କୁ ଯାଇ ବିଭିନ୍ନ କୋଠରୀକୁ ବୁଲି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ସେଠାରେ ଥିବା ସମିଳନୀ କକ୍ଷରେ ବିଭାଗର ବରିଷ୍ଠ କର୍ମଚାରୀଙ୍କ ସହ ମୋ ସରକାର , 5T ଏବଂ ବିଭାଗ କିପରି ଆହୁରି ଆଗକୁ ଯିବ ଅଲୋଚନା କରିଥିଲେ ।

ମନ୍ତ୍ରୀଙ୍କ ଏଭଳି ଭିନ୍ନ ଢଂଗର ଶୈଳୀ ଦେଖି ସମସ୍ତ ବିଭାଗ ର ଅଧସ୍ତନ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସଚିବ ଙ୍କ ପର୍ଯ୍ୟନ୍ତ ବହୁତ ଖୁସି ହୋଇ ମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହେବାର ସୁଯୋଗକୁ ହାତଛଡା କରିବାକୁ ଚାହୁଁନଥିଲେ ।

Exit mobile version