ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସର ବିଭିନ୍ନ କାର୍ଯ୍ୟାଳୟରେ ଗଣତନ୍ତ୍ର ଦିବସ ପାଳନ

ଖୋର୍ଦ୍ଧା ରୋଡ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଖୋର୍ଦ୍ଧା ରୋଡ ରେଳ ମଣ୍ଡଳରେ ଅବସ୍ଥିତ ଶ୍ରମିକ କଂଗ୍ରେସର ବିଭିନ୍ନ କାର୍ଯ୍ୟାଳୟ ଠାରେ ୭୭ତମ ଗଣତନ୍ତ୍ର ଦିବସ ପାଳନ ହୋଇଥିଲା । ୧୯୫0 ମସିହା ଆଜିର ଦିନରେ ଭାରତ ବର୍ଷରେ ସମ୍ଭିଧାନ ଅନୁଯାଇ ଗଣତନ୍ତ୍ର ବା ସାଧାରଣ ଜନତାଙ୍କ ଦ୍ୱାରା ଶାସନ ବ୍ୟବସ୍ଥା ଲାଗୁ ହେବା ସହିତ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ମିଳିଥିଲା, ବୋଲି ଶାଖା ସମ୍ପାଦକ ଏଲ ଡି ମହାନ୍ତି ନିଜ ବକ୍ତବ୍ୟ ରେ କହିଥିଲେ ।

ସକାଳ ସାତଟାରେ ଓପେନ ଲାଇନ ଶାଖା କାର୍ଯ୍ୟାଳୟ ଠାରେ ସଭାପତି ହାଜି ମୁସ୍ତାକ ଅଲ୍ଲୀ, ରନିଙ୍ଗ ବ୍ରାଞ୍ଚ ଠାରେ ସଭାପତି ଶିଶିର ପାତ୍ର, ହେଡ଼କ୍ୱାର୍ଟର ବ୍ରାଞ୍ଚ ଠାରେ ଉପସଭାପତି ଆପା ରାଓ ଏବଂ ବିଜେବି ଇନ୍ଷ୍ଟିଟ୍ୟୁଟ ଠାରେ କାର୍ଯ୍ୟକାରୀ ସଭାପତି ତଥା ଭାରପ୍ରାପ୍ତ ବରିଷ୍ଠ କାର୍ମିକ ଅଧିକାରୀ ପ୍ରମୋଦ ବେହେରା ପତକା ଉତୋଳନ କରିଥିଲେ ।

 

ଆମ୍ବେଦକର ଙ୍କ ନେତୃତ୍ୱରେ ବିଶ୍ୱର ବିଭିନ୍ନ ଦେଶରେ ଚାଲୁଥିବା ଶ୍ରେଷ୍ଠ ଆଇନ କାନୁନକୁ ପାଥେୟ କରି ଭାରତର ସବୁବର୍ଗ ଲୋକଙ୍କ ପାଇଁ ଆଇନ ପ୍ରଣୟନ କରିଥିଲେ, ଯାହା ଆଜି ସମଗ୍ର ବିଶ୍ୱର ଶ୍ରେଷ୍ଠ ସମ୍ଭିଧାନ ଭାବେ ବିବେଚିତ ବୋଲି ଶ୍ରୀ ବେହେରା କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ କଂଗ୍ରେସ ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜ, ସହ ସଂଯୋଜକ ନିରଞ୍ଜନ ମିଶ୍ର, କେନ୍ଦ୍ରୀୟ ପଦାଧିକାରୀ ପ୍ରମୋଦ ସାହାଣୀ, ସୁବ୍ରତ ପଣ୍ଡା, ବିଜେବି ଇନ୍ଷ୍ଟିଟ୍ୟୁଟ ସମ୍ପାଦକ ମନୋରଞ୍ଜନ ମହାପାତ୍ର,ପି ରାଜା ରାଓ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

Exit mobile version