
ଖୋର୍ଦ୍ଧା – ଜଟଣୀ (ଓଡ଼ିଶା ତାଜା ନିୟୂଜ) ନି ପ୍ର :- ୧୬ ତମ ଜାତୀୟ ମତଦାତା ଦିବସ ଉପଲକ୍ଷେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ମତଦାତା ଦିବସ ମହାସମାରୋରେ ପାଳିତ ହୋଇଯାଇଛି । ଖୋର୍ଦ୍ଧା ଉପ ଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଜୟୀ ରାଜଗୁରୁ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ, ଭାରତ ବିଶ୍ଵର ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର । ଆମର ପବିତ୍ର ରାଷ୍ଟ୍ର ବିଶ୍ୱରେ ଅନନ୍ୟ ।

