ଚତୁର୍ଥ ସମ୍ଭାବନା କପ୍ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଜଟଣୀ ବାର ଆସୋସିଏସନ୍ କୁ ହରାଇ ଜଟଣୀ ପୁଲିସ ବିଜୟି

ଖୋର୍ଦ୍ଧା/ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜଟଣୀ ସହରର ଅଗ୍ରଣି ସମାଜିକ ଅନୁଷ୍ଠାନ “ସମ୍ଭାବନା ପରିବାର” ପକ୍ଷରୁ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ମହତାବ ନଗର ଠାରେ ଅବସ୍ଥିତ କ୍ଲବ ଫିଲଡ଼ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ ସମ୍ଭାବନା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛିl ଏହି ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ ଜଟଣୀ ପ୍ରଶାସନିକ ମିଳିତ ଏକାଦଶ, ଜଟଣୀ ମିଡିଆ ଆଇକନ ଏକାଦଶ, ଜଟଣୀ ବାର୍ ଆସୋସିଏସନ୍ ଏକାଦଶ ଏବଂ ଜଟଣୀ ଥାନା ଏକାଦଶ ଅଂଶଗ୍ରହଣ କରିଥିଲେl

ସେମିଫାଇନାଲ ପର୍ଯ୍ୟନ୍ତ ୧୦ ଓଭର ବିଶିଷ୍ଟ ନକ୍’ଆଉଟ୍ ଆଧାରରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଫାଇନାଲ୍ ମ୍ୟାଚରେ ଜଟଣୀ ବାର ଆସୋସିଏସନ ଏକାଦଶ ଏବଂ ଜଟଣୀ ପୁଲିସ ଥାନା ଏକାଦଶ ପରସ୍ପରକୁ ପଡ଼ିଆରେ ଭେଟିଥିଲେ । ଟସ ଜିତି ପୁଲିସ ଏକାଦଶ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇ ୧୫ ଓଭରରେ ୧୩୧ ରନ କରିଥିବାବେଳେ ପ୍ରତିପକ୍ଷ ବାର ଆସୋସିଏସନ ଏକାଦଶ ୧୫ ଓଭରରେ ୧୨୮ ରନ୍ କରିବାରେ ସମର୍ଥ ହୋଇଥିଲା ଯାହାଫଳରେ ପୁଲିସ ଏକାଦଶ ବିଜେତା ଘୋଷିତ ହୋଇଥିଲେ, ଏବଂ ବାର ଆସୋସିଏସନ ରନର୍ସ ହୋଇଥିଲେ ।

ଏହି ଟୁର୍ଣ୍ଣାମେଣ୍ଟ ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ଜଟଣୀର ମାନ୍ୟବର ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଯୋଗଦେଇ ଟୁର୍ନାମେଣ୍ଟ ଉଦଘାଟନ କରିଥିବାବେଳେ ଅନ୍ୟତମ ଅତିଥି ଭାବେ ଥାନାଧିକାରୀ ଷ୍ଟାଲିନ ବିଶ୍ୱାଳ,କାଉନସିଲର ଶଶାଙ୍କ ଶେଖର ରାୟ, ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ଅନନ୍ତ ଶତପଥୀ, ପୌରାଧକ୍ଷ ଅନନ୍ତ ବେହେରା ଯୋଗଦେଇଥିଲେ । ସେହିପରି ମ୍ୟାଚର ଦ୍ବିତୀୟାର୍ଦ୍ଧରେ ଅନ୍ୟତମ ଅତିଥି ଭାବେ ରାଜ୍ଯ ବିଜେପି କାର୍ଯ୍ୟକାରିଣୀ ସଭ୍ଯ ତଥା ଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡଜେନା, ସାଂସଦଙ୍କ ପ୍ରତିନିଧି ସତିଶ ଶର୍ମା,

ଉଦ୍ୟୋଗପତି ତଥା ଦକ୍ଷ ସଂଗଠକ ଡ଼ ଉମାକାନ୍ତ ପଟ୍ଟନାୟକ ଯୋଗ ଦେଇ ଜଟଣୀ ପୁଲିସ ଏକାଦଶ ଟିମ କୁ ୱିନର୍ ଟ୍ରଫି ଓ ରନର୍ସଅପ୍ ଟ୍ରଫି ଜଟଣୀ ବାର ଆସୋସିଏସନ ଏକାଦଶକୁ ପ୍ରଦାନ ପୂର୍ବକ ସମ୍ଵର୍ଦ୍ଧିତ କରିଥିଲେ । ସେହିପରି ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ପୁଲିସ ଏକାଦଶର ଅରୂପାନନ୍ଦ ନାୟକ ଏବଂ ମ୍ୟାନ୍ ଅଫ ଦି ସିରିଜ୍ ଟ୍ରଫି ଦୀପ୍ତିରଞ୍ଜନ ଚମ୍ପତିଙ୍କୁ ପ୍ରଦାନ କରିଥିଲେ।

ଏହି ସମସ୍ତ ମ୍ୟାଚକୁ ରେଫରୀ ଭାବେ ଚିତ୍ତନ ଦଳାଇ, ରଙ୍ଗନାଥ ବେହେରା ଏବଂ ଭରତ କୁମାର ପରିଚାଳନା କରିଥିଲେ, ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଅମିନ ରାଉତ, ସମ୍ପାଦକ ଦେବପ୍ରସାଦ ଦାଶ, ସଂଗଠନ ସମ୍ପାଦକ ସଞ୍ଜୟ ବରିସଲ,ଅତିରିକ୍ତ ସଂଗଠନ ସମ୍ପାଦକ ଶରତ କୁମାର ରେଡୀ, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ସ୍ମିତା ପଟ୍ଟନାୟକ,ବରିଷ୍ଠ ସଭ୍ଯ ଲୁସେନ ରାୟ, ପ୍ରଶାନ୍ତ ସାହୁ, ଲିଟୁରଞ୍ଜନ ରାଉତରାୟ, ପରେଶ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ ।

Exit mobile version