ବେଲପଡ଼ା (ଓଡ଼ିଶା ତାଜା ନୀଉଜ) ନି ପ୍ର :- ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ରବିବାର କଣ୍ଟାବାଞ୍ଜି ସ୍ଥିତ ବନମାଳୀ ପ୍ୟାଲେଶ୍ ଠାରେ ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବେହେରାଙ୍କର ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ୩୪ ଟି ସାଂଗଠନିକ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ରାଜ୍ୟ ଓ କେନ୍ଦ୍ର କାର୍ଯ୍ୟକାରିଣୀ ସଦସ୍ୟ ମାନେ ଉପସ୍ଥିତ ଥିଲେ।
