ପବିତ୍ର ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ଼

କୋଣାର୍କ (ଓଡ଼ିଶା ତାଜା ନୀଉଜ) ନି ପ୍ର :- ରବିବାର ପ୍ରତ୍ୟୁଷରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତ୍ରୀର୍ଥ ପୁଷ୍କରିଣୀରେ ସ୍ନାନ କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦର୍ଶନ କରିଥିଲେ । ଏନେଇ ଚନ୍ଦ୍ରଭାଗା ମେଳା ପଡିଆରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଲାଗିରହିଥିବା ଦେଖିବାକୁ ମିଳିଥିଲା । ପୌରଣିକ କିମ୍ବଦନ୍ତୀଙ୍କୁ ନେଇ ଆବାହନ କାଳରୁ ଚନ୍ଦ୍ରଭାଗା ନଦୀରେ ମାଘ ମାସ ସପ୍ତମୀ ତିଥିରେ ସ୍ନାନ ପୂର୍ବକ ସୂର୍ଯ୍ୟ ନାରାୟଣଙ୍କୁ ଦର୍ଶନ କଲେ ମହା ପୁଣ୍ୟ ମିଳିଥାଏ ।

ଏକ ପ୍ରାଚୀନ ଧର୍ମ ଓ ପରମ୍ପରାକୁ ନେଇ ଏହି ବୁଡ଼ ଅନୁଷ୍ଟିତ ହୋଇ ଆସୁଅଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସପ୍ତମୀ ବୁଡ଼ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଅଛି । ରାତି ୪ ଟା ୧୫ ମିନିଟ ରେ ତିନି ଠାକୁରଙ୍କ ମହାସ୍ନାନ ପରେ ଶ୍ରଦ୍ଧାଳୁ ମାନେ ସମୂହ ସ୍ନାନ କରିଥିଲେ । ବୁଡ଼ ପକାଇବା ପାଇଁ ଶନିବାର ଅପରାହ୍ନରୁ ଅର୍ଥାତ ଷଷ୍ଠୀ ସନ୍ଧ୍ୟାରୁ ଚନ୍ଦ୍ରଭାଗା ମେଳା ପଡ଼ିଆ ଓ ସମୁଦ୍ର କୂଳରେ ଭିଡ ଆରମ୍ଭ ହୋଇଥିଲା ।

ଦୁର ଦୂରାନ୍ତରୁ ଆସିଥୂବା ଶ୍ରଦ୍ଧାଳୁମାନେ ମେଳା ପଡିଆରେ ବାଉଁଶ କଣି ଓ ପାଲ ପକାଇ ଛୋଟ ଛୋଟ କୁଡ଼ିଆରେ ବିଶ୍ରାମ ନେଇଥିଲେ । ମାଟି ହାଣ୍ଡିରେ ଭାତ,ଡାଲମା,ଶୁଖୁଆ ଡାଲମା ରୋଷେଇରେ ଚାରିଆଡ଼େ ବାସ୍ନା ମହକୁଥିଲା । ରୋଷେଇ ସାରି କୁଡ଼ିଆରେ ଶୁଭ ମୁହୂର୍ତ୍ତରେ ଶ୍ରଦ୍ଧାଳୁମାନେ।ମେଳାର ତ୍ରୀ ଶମ୍ଭୁ  ଶ୍ରୀ ଶ୍ରୀ ତ୍ରିବେଣୀଶ୍ବର, ଇଷାଣେଶ୍ବର,

ଦକ୍ଷିଣେଶ୍ବର ଦେବଙ୍କ ଚଳନ୍ତି ପ୍ରତିମା ମେଳା ପଡିଆରେ ଉପସ୍ଥିତ ଓ ସ୍ନାନ ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ତୀର୍ଥ ଜଳରେ ବୁଡ଼ ପକାଇଥିଲେ । ଚଳିତ ବର୍ଷ ମେଳା ପଡିଆରେ ନିର୍ମାଣ ଯୋଗୁଁ ମେଳା ପଡିଆ ସଂକୋଚିତ ହେବାରେ ଶ୍ରଦ୍ଧାଳୁ ମାନେ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସେହିପରି ମେଳାପଡିଆ ବ୍ୟାରିକେଡ଼ ଯୋଗୁଁ ଆବଦ୍ଧ ହୋଇଥିବାରୁ ଶ୍ରଦ୍ଧାଳୁମାନେ ନିରାଶ ହେବା ସହ ବିଭିନ୍ନ ସମସ୍ୟାର ପଡିଥିଲେ l

Exit mobile version