Home ଓଡ଼ିଶା ୨୮ତମ ବିଶ୍ବ ନାଟ୍ୟ ମେଳାରେ ଚିଲିକା ଅଞ୍ଚଳ ର ୩ ଓଡ଼ିଆ ନାଟକ ମଞ୍ଚସ୍ଥ : ବହୁ ପ୍ରତିଭା ସମ୍ମାନିତ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଥିଏଟର ମୁଭ୍ ମେଣ୍ଟ୍, କଟକ ପକ୍ଷରୁ ଆୟୋଜିତ ୨୮ତମ ଆନ୍ତର୍ଜାତୀୟ ନାଟ୍ୟ ପ୍ରତି ଯୋଗିତା ତଥା ବିଶ୍ବ ନାଟ୍ୟ ମେଳାରେ ଚଳିତ ବର୍ଷ ୩ଟି ଓଡ଼ିଆ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ କଳା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କେତେକ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଛି । ଉଦ୍ ଘାଟନୀ ସନ୍ଧ୍ୟାରେ କଳିଙ୍ଗ କନ୍ୟା କଳା ପରିଷଦ, ବାଣପୁର ଦ୍ଵାରା ଉପସ୍ଥାପିତ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ରଚିତ ଏଵଂ ପ୍ରମୋଦ କୁମାର ସ୍ଵାଇଁ ଙ୍କ ନିର୍ଦ୍ଦେଶିତ ଲିରିକାଲ ନାଟକ ଅହିନନ୍ଦିନୀ ମଞ୍ଚସ୍ଥ ହୋଇଥିବା ବେଳେ ପଲ୍ଲବୀ ନାଟ୍ୟ କଳା ପରିଷଦ, ଘିଅଖଲା ମଠପୁର ଦ୍ଵାରା ଅଶୋକ କୁମାର ପ୍ରଧାନ ଙ୍କ ରଚିତ ଏଵଂ ପ୍ରୃଥ୍ଵୀଧର ପ୍ରଧାନ ଙ୍କ ନିର୍ଦ୍ଦେଶିତ ଶିଶୁ ନାଟକ ଅନ୍ଧ ଭକ୍ତି ମଞ୍ଚସ୍ଥ ହୋଇଥିଲା । ସେହିପରି ଡିଏଭି ଗୁରୁ କୁଳ, ବାଲୁଗାଁ ର ଶିଶୁ କଳାକାର ମାନଙ୍କ ଦ୍ଵାରା ଅଧ୍ୟାପକ ଗୋପାଳ ମହାରଣା ଙ୍କ ରଚିତ ଏଵଂ ଅଶୋକ କୁମାର ଜେନା ଙ୍କ ନିର୍ଦ୍ଦେଶିତ ନାଟକ ଭିନ୍ନ ଏକ ରେବତୀ ମଞ୍ଚସ୍ଥ ହୋଇଥିଲା । ଏହି ଅବସରରେ ଜୀବନ ବ୍ୟାପି ନାଟ୍ୟ ସାଧନା ପାଇଁ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁ, ନାଟ୍ୟ ସଗଠିକା ରଞ୍ଜୁଵାଳା ଚମ୍ପତିରାୟ ଙ୍କୁ କଳା ଭୂଷଣ, ସାହିତ୍ୟିକ ତଥା ସଂଗଠକ ରବୀନ୍ଦ୍ର ନାଥ ପ୍ରଧାନ ଙ୍କୁ କଳା ସାଧକ,କଳା ସଂଗଠକ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ କଳାଗୈ । ରଵ ଉପାଧି ରେ ସମ୍ବର୍ଦ୍ଧିତ କରାଯାଇଛି । କଟକ କଳାବିକାଶ କେନ୍ଦ୍ର ରଙ୍ଗମଞ୍ଚ ରେ ଥିଏଟର ମୁଭ୍ ମେଣ୍ଟ୍ ର ସାଧାରଣ ସମ୍ପାଦକ ଗୋଲକ ବିହାରୀ ଦାସ ମହାପାତ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଏ ଏସ୍ ଏନ୍ ନାଇଡୁ, ହାଇକୋର୍ଟ ର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ପ୍ରମୁଖ ମାନ୍ୟଗଣ୍ୟ ଅତିଥି ମାନଙ୍କ ହାତରୁ ସମ୍ବର୍ଦ୍ଧିତ ପ୍ରତିଭା ମାନେ ଏହି ସମ୍ମାନ ଗ୍ରହଣ କରିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026