ରାମନାଗୁଡ଼ାର ବିଭିନ୍ନ ସ୍ଥାନରେ ଜାତୀୟ କନ୍ୟାସନ୍ତାନ ଦିବସ ପାଳିତ

ରାମନାଗୁଡ଼ା  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ୟାସନ୍ତାନଙ୍କ ଅଧିକାର, ସୁରକ୍ଷା ଓ ସଶକ୍ତିକରଣ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାମନାଗୁଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଜାତୀୟ କନ୍ୟାସନ୍ତାନ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ସ୍ୱୟଂସହାୟତା ଗୋଷ୍ଠୀ, ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ବିଭିନ୍ନ ସାମାଜିକ ସଂସ୍ଥାମାନଙ୍କ ପକ୍ଷରୁ ସଚେତନତା ସଭା,

ରାଲି, ଆଲୋଚନାଚକ୍ର ଏବଂ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । “ବେଟି ବଞ୍ଚାଓ, ବେଟି ପଢାଓ”, “କନ୍ୟା ସମାନ ଅଧିକାର” ପରି ସନ୍ଦେଶ ନେଇ ଅଂଶଗ୍ରହୀମାନେ ଜନସାଧାରଣଙ୍କୁ ସଚେତନ କରିଥିଲେ । ବିଭିନ୍ନ ସ୍ଥାନ ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ବକ୍ତାମାନେ କହିଥିଲେ ଯେ କନ୍ୟାସନ୍ତାନ ଦେଶ ଓ ସମାଜର ମୂଲ୍ୟବାନ ସମ୍ପଦ ।

ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷାରେ ସମାନ ସୁଯୋଗ ମିଳିଲେ କନ୍ୟାମାନେ ସମାଜ ଗଢ଼ିବାରେ ଅଗ୍ରଣୀ ଭୂମିକା ନେଇପାରିବେ ବୋଲି ସେମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ଶେଷରେ କନ୍ୟାସନ୍ତାନଙ୍କ ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ଏହିପରି କାର୍ଯ୍ୟକ୍ରମ ଦ୍ୱାରା ରାମନାଗୁଡ଼ା ଅଞ୍ଚଳରେ କନ୍ୟା ସଶକ୍ତିକରଣ ପ୍ରତି ସଚେତନତା ଆହୁରି ବଢ଼ିବ ବୋଲି ଆଶା ପ୍ରକାଶ ପାଇଛି ।

Exit mobile version