ଜମା ସଂଗ୍ରହ ଓ ଋଣ ଯୋଗାଣ ଉପରେ ପଞ୍ଚାୟତୱାରୀ ଶ୍ୱେତପତ୍ର ପ୍ରକାଶ କର ।
ଓଡିଶା ଜମାକୁ ଅନ୍ୟ ରାଜ୍ୟରେ ଖଟାଇଲେ ବିରୋଧ କରାଯିବ ।
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଓଡିଶାରୁ ୫ ବର୍ଷ ଭିତରେ ୩୦ ଲକ୍ଷ କୋଟି ଟଙ୍କାର ଜମା ରାଶି ସଂଗ୍ରହ କରୁଥିବା ବ୍ୟାଙ୍କମାନେ ରାଜ୍ୟର ପ୍ରତି ପଞ୍ଚାୟତରେ ଅତି କମରେ ୧୦୦ ଜଣ ଯୁବକ ଯୁବତୀଙ୍କୁ ୧୦ଲକ୍ଷ ଟଙ୍କାର ଋଣ ପ୍ରଦାନ କରନ୍ତୁ । ଏହି ଋଣ ପାଇବା ପାଇଁ ସରକାର ଗ୍ୟାରେଣ୍ଟର ପଡନ୍ତୁ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଏହି ଋଣ ପାଇଁ ବ୍ୟାଙ୍କ ମାନେ ମୂଳଧନ ଜମା ବ୍ୟବସ୍ଥାର ଉଚ୍ଛେଦ କରିବାକୁ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ମିଳିତ ଭାବେ ଦାବି କରିଛନ୍ତି କଳିଙ୍ଗ ସେନା ସାଧାରଣ ସମ୍ପାଦକ ରାଧାମୋହନ ପଟ୍ଟନାୟକ,

ବିଜୟ ରାଜ, ଇଂ ମନୋଜ ନାୟକ, ସୁମନ୍ତ ସ୍ୱାଇଁ,ଅମୂଲ୍ୟ ନାୟକ,ଉପ ସଭାପତି ଅବଦୁଲ କୟୁମ ଖାନ, ହିମାଶୁଂ ନାୟକ, ସଙ୍ଗଠନ ମନ୍ତ୍ରୀ ସଞ୍ଜୟ ପ୍ରଧାନ, ସମ୍ପାଦକ ଅଶୋକ ସାହୁ, ନାରୀ ନେତ୍ରୀ ମୋନାଲିଶା ବିଶ୍ୱାଳ ପ୍ରମୁଖ । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡିଶାରେ ନିଜର ଶାଖା ଖୋଲିଥିବା ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କମାନଙ୍କ ଜମା ସଂଗ୍ରହ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ହେଲେ ଏମାନେ ଜମା ସଂଗ୍ରହ ଅନୁପାତରେ ଓଡିଶାର ବେକାର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବାକୁ ହେଉ କିମ୍ବା ପାଠ ପଢିବାକୁ ହେଉ ଋଣ ପ୍ରଦାନ କରୁନାହାଁନ୍ତି ।
ଓଡିଶାରୁ ସଂଗ୍ରହ କରୁଥିବା ବିପୁଳ ପରିମାଣର ଜମାକୁ ଅନ୍ୟ ରାଜ୍ୟରେ ଖଟାଇ ମାଲେ ମାଲ ହେଉଛନ୍ତି । ଓଡିଶାରେ ଯେଉଁ ଋଣ ଦେଉଛନ୍ତି ତାହାର ସିଂହ ଭାଗ ଘର ଋଣ, ଗାଡି ଋଣ ନହେଲ ଶିଳ୍ପପତିଙ୍କୁ ଋଣ । କୃଷି ଋଣ, କ୍ଷୁଦ୍ର ବ୍ୟବସାୟ, ଚଳଚ୍ଚିତ୍ର ପ୍ରଯୋଜକ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଥିବା ସ୍କିମ ଗୁଡିକରେ ଋଣ ଦେବା ପାଇଁ ଏମାନେ ପଛଘୁଞ୍ଚା ଦେଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ, ଏମାନଙ୍କ ଠାରୁ କେତକ ଅଣ ଓଡିଆ ଶିଳ୍ପପତି ଓ ବ୍ୟବସାୟୀମାନେ ମୋଟା ଅଙ୍କର ଋଣ ନେଇ କିଛି କମ୍ପାନୀ ଓଡିଶା ଛାଡି ପଳାଉଛନ୍ତି ।
-
ପ୍ରତି ପଞ୍ଚାୟତରେ ୧୦୦ ଜଣ ଯୁବକଙ୍କୁ ବିନା ବନ୍ଧକରେ ବ୍ୟାଙ୍କ ରୁଣ ପ୍ରଦାନ କରିବା ଦାବିରେ ଆଜି କଳିଙ୍ଗ ସେନାର ଭୁବନେଶ୍ୱର ଠାରେ ବିଶାଳ ଶୋଭାଯାତ୍ରା, ଏଥିରେ ୩୦୦।ଶହରୁ ଉର୍ଦ୍ଧ୍ବ କଳିଙ୍ଗ ସୈନିକ ଯୋଗ ଦେଇଥିଲେ