Home ଓଡ଼ିଶା ଓଡିଶା ଆଦର୍ଶ ବିଦ୍ୟାଳୟର ୪ର୍ଥ ତମ୍ ବାର୍ଷିକ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭୁବନେଶ୍ୱର ଉପକଣ୍ଠ,ବାଲିପାଟଣା ବ୍ଲକ ଅନ୍ତର୍ଗତ ଭାକରସାହି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୪ର୍ଥ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱରର ସବ କଲେକ୍ଟର ଡଃ ମନୋରଞ୍ଜନ ସାହୁ ଯୋଗ ଦେଇ ପ୍ରଦୀପ ଜାଳି ଏହି ଉତ୍ସଵକୁ ଉଦ୍ଘାଟନ କରିବା ସହ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା, ଶିଷ୍ଟାଚାର ଓ ମୂଲ୍ୟବୋଧର ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ବାଲିଅନ୍ତାର ଅଧ୍ୟକ୍ଷ ସତ୍ୟବ୍ରତ ସାମଲ, ଏବଂ ସମ୍ମାନୀତ ଅତିଥି ଭାବେ ବାଲିପାଟଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ଶୁଭ୍ରାଂଶୁ ଶେଖର ପାଢ଼ୀ, ସାମାଜିକ କର୍ମୀ ଜ୍ୟୋତି ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା ସହ ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ନୃତ୍ୟ, ସଙ୍ଗୀତ ଓ ନାଟକ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷା ସହ ପାଠ୍ୟ କାର୍ଯ୍ୟକଳାପ ଓ କ୍ରୀଡା କ୍ଷେତ୍ରରେ କୃତିତୋ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନାରେ ଶ୍ରୀମତୀ ପ୍ରିୟଦର୍ଶିନି ଦାସ, ସୁଶ୍ରୀ ସଂଗୀତା ବିଶ୍ଵାଳ, ପୂଜାରିନୀ ସାହୁ, ଓ ବର୍ଷାରାଣୀ ଦଳାଇ, ପ୍ରମୁଖ ସହଯୋଗ କରିଥିଲାବେଳେ ଶିକ୍ଷକ ସରସୀ ଦାସ, ସସ୍ମିତା ସାହୁ, ସୁଧୀର କୁମାର ପ୍ରଧାନ, ସର୍ବେଶ୍ଵର ବୈଠାରୁ, ସାବିତ୍ରୀ ପ୍ରଧାନ, ଶୁଭଙ୍କରୀ ବେହେରା, ରାଜଶ୍ରୀ ବେହେରା, ସ୍ୱପ୍ନା ମହାନ୍ତି,ପୂଜାରାନି ବାରିକଙ୍କ ସମେତ ଅନ୍ୟ କର୍ମଚାରି, ଶୁଭେଛୁମାନେ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସହଦେବ ପରିଡା ଓ ରାକେଶ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରାଭିଭାବକ ଯୋଗ ଦେଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026