Home ଓଡ଼ିଶା ମା’ ରାମଚଣ୍ଡୀ ପୀଠ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ରାମଚଣ୍ଡୀ/ଚନ୍ଦ୍ରଭାଗା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିନସ୍ଥ ସୁତନ ପଞ୍ଚାୟତର ପ୍ରସିଦ୍ଧ ଶକ୍ତିପୀଠ ମା” ରାମଚଣ୍ଡୀ ପୀଠରେ କୁଢ କୁଢ ଅଳିଆ ଆବର୍ଜନା ପଡି ରହିଥିବା ବେଳେ ସଫେଇ ଅଭାବରୁ ପରିଦର୍ଶନରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ନାକ ଟେକୁଥିବା ବେଳେ ପର୍ଯ୍ୟଟନ ପ୍ରେମୀ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶକ୍ତିପୀଠ ମାନଙ୍କ ମଧ୍ୟରେ ମା ରାମଚଣ୍ଡୀ ପୀଠ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି । ଏଠାକୁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦେଶବିଦେଶରୁ ଶକ୍ତିପୀଠ ରାମଚଣ୍ଡୀ ମନ୍ଦିର ପରିଦର୍ଶନରେ ଆସି ମା'” ଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଏହି ପୀଠର ସଫେଇ ଦାଯିତ୍ବରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଯୁକ୍ତ ଘରୋଇ ସଂସ୍ଥା ଅଣଦେଖା ନୀତି ଯୋଗୁଁ ରାମଚଣ୍ଡୀ ପୀଠକୁ ବଣଭୋଜି କରିବା ପାଇଁ ଓଡିଶା ସମେତ ଓଡିଶା ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ପୀଠରେ ଅଳିଆ ଆବର୍ଜନା ପକାଇବା ଯୋଗୁଁ ସଫେଇ ଅଭାବରୁ ଏଠାରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ସଫେଇ ଦାୟିତ୍ବରେ ଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଯୁକ୍ତ ଘରୋଇ ସଂସ୍ଥା ସରକାରୀ ନିୟମ ମୁତାବକ କର୍ମଚାରୀ ନିଯୁକ୍ତି ନ କରି କାଁଭାଁ କର୍ମଚାରୀ ମାନଙ୍କୁ ନେଇ ନିୟମିତ ସଫେଇ କରୁଥିବାରୁ ଶକ୍ତିପୀଠ ରାମଚଣ୍ଡୀ ଠାରେ କୁଢ କୁଢ ଅଳିଆ ଆବର୍ଜନା ପଡି ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ଯୋଗୁଁ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ଓ ଜନସାଧାରଣ ମାନେ ନାକ ଟେକୁଥିବା ବେଳେ ଫେରିଯିବା ଭଳି ପରିସ୍ଥିତି ଉପୁଜିଥିବା ସାଧାରଣରେ ଆଲୋଚନା ହେଉଛି । ପୀଠରେ କୁଢ କୁଢ ଅଳିଆ ଆବର୍ଜନା ପଡି ରହିଥିବା ଯୋଗୁଁ ପୀଠର ପବିତ୍ରତା ନଷ୍ଟ ହେଉଛି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସଚେତନ ନାଗରିକ, ପରିବେଶବିତ, ପର୍ଯ୍ୟଟକ, ପର୍ଯ୍ୟଟନ ପ୍ରେମୀ ଓ ଜନସାଧାରଣ ମାନଙ୍କ ମଧ୍ୟରେ ଉଦବେଗ୍ ପ୍ରକାଶ ପାଇଛି । ରାମଚଣ୍ଡୀ ପୀଠର ପବିତ୍ରତା ରକ୍ଷା କରିବା ସହ ପଡି ରହିଥିବା କୁଢକୁଢ ଅଳିଆ ଆବର୍ଜନାକୁ ସଫେଇ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସଚେତନ ନାଗରିକ, ବରିଷ୍ଠ ନାଗରିକ, ମନ୍ଦିର ସେବାୟତ, ପର୍ଯ୍ୟଟକ, ପର୍ଯ୍ୟଟନ ପ୍ରେମୀ ଓ ଜନସାଧାରଣ ମାନଙ୍କ ପକ୍ଷରୁ ଦାବି କରାଯାଇଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026