ଓଡ଼ିଶା ତାଜା ନ୍ୟୁଜ (୨୨ ସେପ୍ଟେମ୍ବର ମଙ୍ଗଳବାର) ବରଗଡ଼ :- କେନ୍ଦ୍ର ସରକାରଙ୍କ ଦ୍ଵାରା କୃଷି ବିଲକୁ ସ°ସଦରେ ପାରିତ କରିବା, ଏବଂ ବିଲ୍ କୁ ରାଷ୍ଟ୍ରପତି ଙ୍କ ନୀକଟକୁ ପଠାଇ ମୋହର ଲଗାଇବା ପ୍ରୟାସ କୁ ଆଜି ଆମ ଆଦମୀ ପାର୍ଟି ବରଗଡ଼ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ବିରୋଧ କରାଯାଇଥିଲା । ଏହି ବିଲ୍ ରେ ମହାମହିମ ରାଷ୍ଟ୍ରପତି ସ୍ବାକ୍ଷର ନ କରିବାକୁ ପାର୍ଟିର ଜିଲ୍ଲା ଆବାହକ ଭବିନୀ ସାହୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି । ଚିଠି ରେ ସେ ଉଲ୍ଲେଖ କରିଛନ୍ତି ଯେ, ଦେଶରେ କୃଷକଙ୍କ ସ୍ଥିତ ଗମ୍ଭୀର ଅଟେ ।ଏହି ସମୟରେ କେନ୍ଦ୍ର ସରକାର ସମୁହ କୃଷି ବିଲକୁ ବିନା ଆଲୋଚନା ରେ, କେବଳ ବାଚନିକ ଭୋଟରେ ପାରିତ କରିଛନ୍ତି । ଏହି କୃଷି ବିଲ ଚାଷୀ ମାନଙ୍କୁ ରସାତଳ କୁ ଠେଲି ଦେବ ବୋଲି ସେ କହିଛନ୍ତି । ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ପାଇଁ ସ୍ବାମୀ ନାଥନ କମିଟି ର ସୁପାରିଶକୁ ଲାଗୁ କରିବାକୁ ଦାବୀ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ରେ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର,ମେରିୟମ ବାର୍ଲା ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ ସତ୍ୟ ନାରାୟଣ ପ୍ରଧାନ)
କେନ୍ଦ୍ର ସରକାର ଙ୍କ କୃଷି ବିଲ୍ ବିରୋଧ ରେ ଅପର ବିକ୍ଷୋଭ ପ୍ରଦର୍ଶନ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ଆଦର୍ଶ ଶିଶୁ ନିକେତନ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଉତ୍ସଵ ଧୁମ୍ ଧାମରେ ପାଳିତ
by
Proprietor Abhimanyu Maharana
September 6, 2026
ଗୁରୁ ସାକ୍ଷାତ ପରଂବ୍ରହ୍ମ କାର୍ଯ୍ୟକ୍ରମ ରେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାବିତ ସମ୍ବର୍ଦ୍ଧିତ
by
Proprietor Abhimanyu Maharana
September 6, 2026
ଗୁରୁ ଦିବସରେ ଶିକ୍ଷାର୍ଥୀଙ୍କ ଜୀବନରେ ଗୁରୁଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ
by
Proprietor Abhimanyu Maharana
September 6, 2026
୧୦ ପରିବାରର ୩୭ ଜଣ ସଦସ୍ୟ ସ୍ଵଧର୍ମ କୁ ପରାବର୍ତ୍ତନ
by
Proprietor Abhimanyu Maharana
September 6, 2026
କୁଖ୍ୟାତ ଚୋର ଗ୍ୟାଙ୍ଗ ଠାବ, ୪ ଗିରଫ : ବନ୍ଧୁକ, ଛୁରୀ, ବୁଲେଟ୍ ସହ ନଗଦ ଟଙ୍କା ଜବତ
by
Proprietor Abhimanyu Maharana
September 6, 2026
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ
by
Proprietor Abhimanyu Maharana
September 6, 2026