ଆଇ ଡି ବି ଆଇ ବ୍ୟାଙ୍କ ନିଆଳି ଶାଖା ପକ୍ଷରୁ ମାଗଣା ବ୍ୟାଙ୍କ ସେବା କାର୍ଯ୍ୟକ୍ରମ ନିଆଳି 

ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଆଇ ଡି ବି ଆଇ ବ୍ୟାଙ୍କ ନିଆଳି ଶାଖା ପକ୍ଷରୁ ସରକାରଙ୍କର ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପାଇଁ ଥିବା ବ୍ୟାଙ୍କର ବିଭିନ୍ନ ସୁବିଧା ସୁଯୋଗ ସଂକ୍ରାନ୍ତରେ ନିଆଳି ବ୍ଳକର ପହଙ୍ଗା ପଞ୍ଚାୟତ ଅନ୍ତର୍ଗତ ଦଳେଇପାରି ସ୍ଥିତ ମା, ବରୁଣେଇ ପୀଠ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଗ୍ରାମାଞ୍ଚଳର ବହୁ ହିତାଧୀକାରୀମାନଙ୍କୁ ମାଗଣାରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହିତ ଏଟିଏମ୍ ସେବା , ଏବଂ ,୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷା ଯୋଜନାରେ ବିମା ଭୁକ୍ତ କରାଇବା,

ଚେକ୍ ବୁକ୍ ପ୍ରଦାନ କରିବା, ସ୍ଵର୍ଣ୍ଣ ବନ୍ଧକ ଋଣ ସୁଧ ୦’ ୭,/, ମାସିକ ହାରରେ ଯୋଗାଇ ଦେବା, ଫିକ୍ସଡ ଡିପୋଜିଟି,ସମେତ ବିଭିନ୍ନ ବ୍ୟାଙ୍କ ସେବା ହିତାଧିକାରୀଙ୍କୁ ପ୍ରଦାନ କରିବାକୁ ବ୍ୟାଙ୍କ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଆଇ ଡି ବି ଆଇ ବ୍ୟାଙ୍କର ଏହି କାର୍ଯ୍ୟକ୍ରମରେ ନିଆଳି ଶାଖା ପରିଚାଳକ ଅଭିଜିତ ବେହେରା, ସହକାରୀ ଶାଖା ପରିଚାଳକ ସତ୍ୟବ୍ରତ ବେହେରା ପ୍ରମୁଖଙ୍କ ସମେତ କର୍ମଚାରୀମାନେ ଯୋଗ ଦେଇ ବ୍ୟାଙ୍କରେ ରହିଥିବା ବିଭିନ୍ନ ଯୋଜନାର ସୁବିଧା,

ସୁଯୋଗ ସଂକ୍ରାନ୍ତରେ ଉପସ୍ଥିତ ଥିବା ମହିଳା ଓ ପୁରୁଷ ବ୍ୟକ୍ତିମାନଙ୍କୁ ବୁଝାଇ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ, । ଏହି ସଚେତନତା କାର୍ଯ୍ୟକ୍ରମରେ ସମାଜ ସେବୀ ପ୍ରଦୀପ୍ତ କୁମାର ସେଠୀ, ଅନ୍ତର୍ଯ୍ୟାମୀ ଭୋଇ, କାହ୍ନୁଚରଣ କାଣ୍ଡି, ଜିତୁ ଭୋଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ବ୍ୟାଙ୍କ ପକ୍ଷରୁ ମାଗଣାରେ ଏହି ବ୍ୟାଙ୍କ ସେବା ଯୋଗାଇ ଦିଆଯାଉଥିବାରୁ ଗ୍ରାମାଞ୍ଚଳର ବହୁ ବ୍ୟାଙ୍କ ହିତାଧିକାରୀ ଖୁସି ବ୍ୟକ୍ତ କରିଛନ୍ତି ।

Exit mobile version