Home ଓଡ଼ିଶା ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟ ମାଲାକାନଗିରି ଠାରେ ଦୁଇଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଂଜନ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଦାଶରଥି ସରାବୁ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ଆବାହକ ବରେଣ୍ୟ ଅତିଥି ମଞ୍ଜୁଲତା ଭୋଇ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ସୁମିତ ବିଶ୍ୱାସ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାଥିଲି, ମମତା ସୟ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମାଲକାନଗିରି, ଗାୟତ୍ରୀ ଦେବୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ କୋରକଣ୍ଡା , ପ୍ରମୁଖ ମଞ୍ଚାସୀନ ଥିଲେ । ଦ୍ୱିତୀୟ ଦିବସର ପ୍ରଥମାର୍ଦ୍ଧରେ ଆଦର୍ଶ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷାର୍ଥୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚିନ୍ତା ଚେତନା ମୁଲ୍ୟବୋଧ ସମ୍ବନ୍ଧରେ ଏହି କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଥିଲା । ଜିଲ୍ଲାର ପନ୍ଦର ଗୋଟି ପିଏମ ଶ୍ରୀ ବିଦ୍ୟାଳୟରୁ ସାତଶହ ପଚାଷ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ଶ୍ରୀକ୍ଷାର୍ଥୀ ଙ୍କ ମଧ୍ୟରେ ରହିଥିବା ସୃଜନଶୀଳତା କୁ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡ଼ାଙ୍ଗନ କ୍ଲବ ମାଧ୍ୟମରେ ପ୍ରକଳ୍ପ ରୁପେ ଉପସ୍ଥାପନ କରିଥିଲେ । ଶିକ୍ଷାର୍ଥୀ ମାନେ ବ୍ୟବସାୟୀକ ଜ୍ଞାନ କୌଶଳ ବୃଦ୍ଧି ଏବଂ ଶିଳ୍ପ କୌଶଳକୁ ବିଜନେଶ ସମିଟ ଷ୍ଟଲରେ ପ୍ରକଳ୍ପ ରୁପେ ସ୍ଥାନ ଦେଇ ଥିଲେ । ଶହେରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ । ଅପରାହ୍ନ ରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ଦେବରାଜ ସେଠୀ, ସନ୍ଦିପ ଦାଶ, ପ୍ରମୋଦ କୁମାର ସେନାପତି ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ସଞ୍ଜୀବ ବୈଦ୍ୟ, ପ୍ରଧାନ ଶିକ୍ଷକ ଶାନ୍ତିରାଣୀ ବିଶ୍ୱାସ, ଜଗଦୀଶ ସେଠୀ, କାର୍ତ୍ତିକ ବେହେରା, ସ୍ମୁତିକା ସୁକୁଲ, ସୁହାନୀ ବାଘ, ଶଙ୍କର ମହାପାତ୍ର, ନିହାର ଚୌଧୁରୀ, ବିଜୟଲକ୍ଷ୍ମୀ ଚୌଧୁରୀ, ଦୀନବନ୍ଧୁ ବେଜ, ଝୁନୁ ପଟ୍ଟନାୟକ, ରଞ୍ଜନ ବେହେରା ତଥା ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ସ୍ୱାଧୀନତା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ‘ବନ୍ଦେ ମାତରମ୍’ ବାଇକ୍ ରାଲି by Proprietor Abhimanyu Maharana August 14, 2026 ରାଜସୁନାଖଳା ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ପାଞ୍ଚଗଡ଼ ବିଜେପି ମଣ୍ଡଳ ପକ୍ଷରୁ ତ୍ରୀରଙ୍ଗା ପଦଯାତ୍ରା by Proprietor Abhimanyu Maharana August 14, 2026 ବିଜୁଳି ଶାସନ ଗଲାଣି ହୁଗୁଳି : ଲାଇଟହାଉସ ଷ୍ଟର୍ଲିଙ୍ଗ ରାସ୍ତାରେ ଦିନରେ ଖୁଣ୍ଟରେ ଜଳୁଛି ବିଜୁଳି by Proprietor Abhimanyu Maharana August 14, 2026 ପୁରୀ ଜିଲ୍ଲାର ୮୨ଟି ଶିକ୍ଷାନୁଷ୍ଠାନରେ ସାଇବର ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana August 14, 2026 ଆକାଶ ପଥର ବିମାନ:ସ୍ଥଳପଥରେ ପାଇଲା ନୂଆ ଜୀବନ ଗିରଳ ଛକରେ ସ୍ବପ୍ନର ପ୍ରକଳ୍ପ ପର୍ଯ୍ୟଟକଙ୍କୁ କରିବ ଆକୃଷ୍ଟ by Proprietor Abhimanyu Maharana August 14, 2026