Home ଓଡ଼ିଶା କୋଟଣିଶୀଳl ପ୍ରାଥମିକ ଉପ୍ରା ବିଦ୍ୟାଳୟର ୧୯୯୮ବ୍ୟାଚ ଛାତ୍ର ବନ୍ଧୁମିଳନ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କାସନ୍ଦl ଗ୍ରାମପଞ୍ଚୟତ ଅନ୍ତର୍ଗତ କୋଟଣିଶୀଳା ଗ୍ରାମସ୍ଥିତ ସରକାରୀ ପ୍ରାଥମିକ ଉପ୍ରା ବିଦ୍ୟାଳୟର ୧୯୯୮ ବ୍ୟାଚ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପ୍ରଥମ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ରାଜସୁନାଖଳାସ୍ଥିତ କୋଟଗଡ଼ ଅନନ୍ତ ଗୁମ୍ଫା ପରିସରରେ ୧୯୯୮ ବ୍ୟାଚ ପଞ୍ଚମ ଶ୍ରେଣୀ ଛାତ୍ର ନିରଞ୍ଜନ ରାଉତଙ୍କ ଆବାହକତ୍ୱରେ ମହାଆଡମ୍ବର ସହକାରେ ବନ୍ଧୁମିଳନକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ଅତ୍ୟନ୍ତ ଉତ୍ସାହିତ ଓ ଆନନ୍ଦିତ ସହ କେକ କାଟି ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରି ସ୍କୁଲ ସମୟର ସେହି ପୁରୁଣା ସମୟକୁ ମନ ପକାଇଥିଲେ । ଶିକ୍ଷାନୁଷ୍ଠାନ ବିନା ଶିକ୍ଷାର ବିକାଶ ଓ ପ୍ରଗତି ଅସମ୍ଭବ ବୋଲି ଆବାହକ ନିରଞ୍ଜନ ରାଉତ ଉପସ୍ଥିତ ବନ୍ଧୁ ଓ ତାଙ୍କର ପିଲାମାନଙ୍କୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଜୟଦେବ ମହାରଣା, ବିଜୟ କୁମାର ସlମନ୍ତସିଂହାର,ପ୍ରସନ୍ନ କୁମାର ସୁନ୍ଦରl ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l କମଳା ଜୟସିଂହ,ପୁଷ୍ପଲତା ପରିଡା,ବନିତା ସ୍ୱାଇଁ, ଝୁନୁ,ରତନୀ,ଗୋଲାପ ସମେତ ବହୁ ଛାତ୍ରଛାତ୍ରୀ ଓ ପରିବାରବର୍ଗ ଯୋଗଦେଇଥିଲେ l ଆଗାମୀ ବର୍ଷ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମସ୍ତ ବନ୍ଧୁମାନଙ୍କୁ ଏକତ୍ର କରି ସରସ ସୁନ୍ଦର ସହ ଧୂମଧାମରେ ପାଳନ କରିବାକୁ ଆବାହକ ନିରଞ୍ଜନ ରାଉତ ସୂଚନା ଦେଇଥିଲେ l ସ୍ବର୍ଗତ ବନ୍ଧୁ ସୁଶାନ୍ତ କୁମାର ସାମନ୍ତରାୟ ମନେପକାଇ ଦୁଃଖ ପ୍ରକାଶ କରିଥିଲେ l ପରିଶେଷରେ ଜୟଦେବ ମହାରଣା ସମସ୍ତଙ୍କର ନିରୋଗ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026