Home ଓଡ଼ିଶା ରାମନାଗୁଡ଼ା ପିଏମଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ରାମନାଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାୟଗଡା ଜିଲ୍ଲା ବ୍ଲକ ସଦର ମହକୁମା ରାମନାଗୁଡ଼ାସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କ ଜୟନ୍ତୀ ଉତ୍ସାହ ଓ ଗରିମା ସହ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ନେତାଜୀଙ୍କ ଫୋଟ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ/ପ୍ରଧାନଶିକ୍ଷକ ଗୌରୀ ପ୍ରସାଦ ପଣ୍ଡା ନେତାଜୀଙ୍କ ଜୀବନ ଦର୍ଶନ, ଦେଶପ୍ରେମ ଓ ତ୍ୟାଗର ଆଦର୍ଶ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭାଷଣ, କବିତା ପାଠ ଓ ଦେଶଭକ୍ତି ମୂଳକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ନେତାଜୀଙ୍କ “ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ବାଣୀ ସମସ୍ତଙ୍କୁ ଗଭୀର ଭାବେ ପ୍ରେରିତ କରିଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଗୌରୀ ପ୍ରସାଦ ପଣ୍ଡା, ସ୍ମିତାରାଣୀ ତୁଳ,ଚେତମୀତା ଚୌଧୁରୀ,ଜଗଦୀଶ ମାନ୍ଦ୍ରାଡା ଶାନ୍ତି ବେହେରା,ଅଧର ବେହେରା,ଚନ୍ଦନ କୁମାର ଲୀମାଲା,ନାନାଜି ମାଣ୍ଡାଙ୍ଗି ରଞ୍ଜୀତା କୁମାରୀ ସାହୁ,ସ୍ଵର୍ଣ୍ଣ ପ୍ରଭା ମଲ୍ଲିକ,ଜଗନ୍ନାଥ ପ୍ରଧାନ,ଆଲୋକ କୁମାର ମିଶ୍ର,ଅବିନାଶ ଗୌଡ଼,ଅମୃଜ ଜେନା,ଅଙ୍ଗଦ କାଡ୍ରାକା,ଅଞ୍ଜଳି ବେନିଆ,ମୌସୁମୀ ଗୋମଙ୍ଗ ଗାୟତ୍ରୀ ସାହୁ,ସଂଗ୍ରାମ ଟାକ୍ରୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026