ମାଙ୍କଡ ହାତରେ କି ଶାଳଗ୍ରାମ – ଫୁଲରେ ଭୋଟ ଦେଇ ନେଲେଣି ନାମ

ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- 

ଭୋଟ ଦେଇଛ ଫୁଲରେ
ଧାନ ବିକୁଥା ବାହାରେ

ଡବଲ ଇଞ୍ଜିନର ଡବଲ ଭାଉ
3100 ନେବା ତୁମ ସେତିକି ହେଉ

ନେଇଛ ସୁଭଦ୍ରାରେ ପାଞ୍ଚ ହଜାରେ
ରୋଡରେ ଦିଅ ଦଶ ହଜାରେ

ମାଗଣା ଗହମ କୁଆଡେ଼ ଗଲା
ଟ୍ରେନରେ ଆଳୁ ଆସୁଛି ଭଲା

ରାସ୍ତା ସବୁ ହେଲାଣି ଅଣ୍ଠୁଏ ଗାଡ
ସି ସି କ୍ୟାମେରାରେ ଫାଇନ ମାଡ଼

ଡ଼ାକ୍ତରଖାନା ଟି ହେଲା ଗେରୁଆ
ଡ଼ାକ୍ତର ନାହାନ୍ତି ରୋଗୀ ଭକୁଆ

ନଥାନ୍ତୁ ଥାନାରେ ପୋଲିସ ଵାବୁ
ଏସ ଆଇ ପରୀକ୍ଷା ପରେ ଦେବୁ

ଲାଂଚ ଦେଇ ଏଠି ଫସିଲେ ପିଲା
ଲାଂଚ ଖାଇ ନେତା ପେଲିଲେ କିଳା

କହିଲେ ଦାଦନ ହଟେଇ ଦେବ
ପ୍ରୋଜେକ୍ଟ ନାମରେ ଘର ଭାଙ୍ଗିବ

ଗରିବ ଲୋକ କୋଉଠି ରହିବେ
ଶୀତ ଦିନ ଦେଖି ଘର ଭଙ୍ଗିବେ

କହିଲ 300 ୟୁନିଟ ବିଜୁଳି ଫ୍ରି
ଦେଢ଼ ବର୍ଷ ବିତି ଗଲାଣି ଫ୍ରି

ମାକୁ ସମ୍ମାନ ଜୋରରେ ଗାୟଣ
ପ୍ରତ୍ୟେକ ଦିନ ହୁଏ ନାରୀ ଧର୍ଷଣ

ସରକାରୀ କର୍ମଚାରୀ ଭୟ କଲେଣି
କଥା ନ ମାନିଲେ ମିଛ କେଶ ପୁଣି

ପ୍ରତି ଦିନ ଘଟେ ରେଳ ଦୁର୍ଘଟଣା
ରେଳ ବିଭାଗ ନିଏ ଆଗେ ପାଉଣା

ବସ କମ୍ପାନୀକୁ ଦେଉଛ ଆଗୁଆ ନୋଟ
କିଣି ସାରି ତାର ପଛକୁ କାଟ

ମାଙ୍କଡ ହାତରେ କି ଶାଳଗ୍ରାମ
ଫୁଲରେ ଭୋଟ ଦେଇ ନେଲେଣି ନାମ

Exit mobile version