ଟାଙ୍ଗୀ ଆଦର୍ଶବିଦ୍ୟାଳୟର ୯ମଶ୍ରେଣୀର ଛାତ୍ରୀ ନେଟରୁ ବଲ୍ ପ୍ରତିଯୋଗିତା ରାଜ୍ୟ ସ୍ତରରୁ ଜାତୀୟ ସ୍ତରରେ ଉନ୍ନତ

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ମହାରାଷ୍ଟ୍ର ନନ୍ଦେଡରେ ଆୟୋଜିତ ହେବାକୁ ଥିବା Under 17  ଜାତୀୟ ନେଟବଲ ପ୍ରତିଯୋଗିତା 2025/26 ପାଇଁ  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଆଦର୍ଶବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ରି ଏସ୍‌ ସ୍ରୋୟା ଶ୍ୟାମରୂନ୍‌ ଜେନ। ମନୋନୀତ ହୋଇଛନ୍ତି ।  ନୟାଗଡ଼ ଜିଲ୍ଲା ରଣପୁର ଠାରେ ଆୟୋଜିତ ହୋଇଯାଇଥିବା ରାଜ୍ୟସ୍ତରୀୟ ନେଟ୍ ବଲ୍ ପ୍ରତିଯୋଗି ରେ ଉନ୍ନତ ପ୍ରଦର୍ଶନ କରି ଜାତୀୟ ସ୍ତରକୁ ଉନ୍ନୀତ ହୋଇଛନ୍ତି,

ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବା ପରେ ବିଦ୍ୟାଳୟର ଅଧ୍ୟକ୍ଷା ଭଲେଣ୍ଟିନା ନାହକ, କ୍ରିଡା ପ୍ରଶିକ୍ଷକ  ପୂର୍ଣ୍ଣ,ବ୍ରତ ମହାପାତ୍ରଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ  ଟାଙ୍ଗୀ  ବ୍ଳକ୍ ଶିକ୍ଷାଧିକାରୀ ଜିଲ୍ଲା ଶିକ୍ଷାଧିକାରୀ ଏସ୍‌ ସ୍ରୋ ୟାଙ୍କୁ ଶୁଭତ୍ସା ଜଣାଇଛନ୍ତି ।

ସୋୟର୍ ପୈତୁକ ଗ୍ରାମ  ଟାଙ୍ଗୀ ବ୍ଲକ ଭୂଷଣ୍ଡପୁରର । ତାଙ୍କର  ପିତାଙ୍କ ନାମ ସୁଶାନ୍ତ କୁମାର ଜେନା ଓ ମାତା ମାନିନୀ ଜେନା, ଏହି ଖବରଜଣା ପଡିବା ପରେ ଗ୍ରାମରେ ମଧ୍ୟ ଖୁସିର ଲହରି ଖେଳିଯାଇଛି । ସମସ୍ତେ ସ୍ରୋୟାର  ସଫଳତା କାମନା କରିବା ସହ ଉନ୍ନତି କାମନା କରିଛନ୍ତି ।

Exit mobile version